fbpx

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ପୁଣି କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ କରୋନା ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ହାଲୁକା ଜ୍ୱର ଥିବା ବେଳେ କୋଭିଡ ଗାଇଡଲାଇନ ପାଳନ କରି ସେ ନିଜକୁ ଆଇସୋଲେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ କରି ଲେଖିଛନ୍ତି ଯେ, ‘ମୁଁ ନିଜର ଆରଟି-ପିସିଆର ଟେଷ୍ଟ କରିଥିଲି, ଯାହାର ରିପୋର୍ଟ କୋଭିଡ ପଜିଟିଭ ଆସିଛି । ଏବେ ସାମାନ୍ୟ ଲକ୍ଷଣ ରହିଛି । କୋଭିଡ ଗାଇଡଲାଇନ୍ ପାଳନ କରି ମୁଁ ନିଜକୁ ଆଇସୋଲେଟ କରିଛି । ଆଗାମୀ ସମସ୍ତ କାମ ଭର୍ଚୁଆଲ ମାଧ୍ୟମରେ ହେବ ।’

ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ଜୁଲାଇ ୨୦୨୦ରେ ପ୍ରଥମଥର ପାଇଁ ସେ କରୋନା ପଜିଟିଭ ହୋଇଥିଲେ । ସେତେବେଳେ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ୧୨ ଦିନ ପଯ୍ୟନ୍ତ ମେଡିକାଲରେ ରହିଥିଲେ । କିନ୍ତୁ ଏଥର ସେ ଘରେ ନିଜକୁ ଆଇସୋଲେଟ କରିଛନ୍ତି । ସେ ଭର୍ଚୁଆଲ ମାଧ୍ୟରେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ନିଶ୍ଚିତ କରିଛନ୍ତି ।

Get real time updates directly on you device, subscribe now.