fbpx

୪୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଆଜି କାଳିଆ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଚେକ୍‌ କରନ୍ତୁ ନିଜ ଆକାଉଣ୍ଟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ଧୁମ୍‍ଧାମରେ ପାଳିତ ହେଉଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ସକାଳ ୧୦ଟା ୨୭ ମିନିଟ୍‍ରେ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି କରାଯାଇଥିଲା । ନିଜ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ଘରେ ଘରେ ନୂଆ ଖାଇବାର ପରମ୍ପରା ରହିଛି । ସନ୍ଧ୍ୟାରେ ନୂଆଖାଇ ଜୁହାର ଭେଟଘାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ।

ରାଜ୍ୟ ସରକାର ଆଜି ୪୪ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରକୁ କାଳିଆ ସହାୟତା ପ୍ରଦାନ କରିବେ । ଏହି ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ୯ଶହ କୋଟି ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯିବ । ନୂଆଖାଇ ଉପଲକ୍ଷେ ଚାଷୀମାନଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷର ରବିଫସଲ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଆଭାସୀ ଜରିଆରେ ହିତାଧିକାରୀମାନଙ୍କୁ କାଳିଆ ସହାୟତା ବଣ୍ଟନ କରିବେ ।

କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଖରିଫ ଫସଲ ପାଇଁ ୪୩ଲକ୍ଷ ୮୮ହଜାର ୨୩୮ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନା ସହାୟତା ରାଶି ପାଇବା ପାଇଁ ଯୋଗ୍ୟ ଥିବାବେଳେ ୬୮ହଜାର ୭୫୫ ଭୂମିହୀନ ଚାଷୀ ଏହି ସହାୟତା ରାଶି ପାଇବେ । ତେବେ ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍‌‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।

Get real time updates directly on you device, subscribe now.