fbpx

କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ବୁଲଡୋଜର ଧମକୀ ; ଅଭିଯୁକ୍ତକୁ ଆଶ୍ରୟ ଦେବା ପଡିଲା ମହଙ୍ଗା , ଭାଙ୍ଗିଲା ଘର, ଅସ୍ତ୍ରଶସ୍ତ୍ର ଜବତ

Advertisement

ନୂଆଦିଲ୍ଲୀ : ଦିନଦ୍ୱିପ୍ରହରରେ ଉମେଶ ପାଲ ମର୍ଡର ମାମଲା ପରେ ବୁଲଡୋଜର ଆକ୍ସନ ଆରମ୍ଭ ହୋଇଛି। ସତକୁ ସତ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଛି । ଶନିବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୁକ୍ତମାନଙ୍କୁ ମାଟିରେ ମିଶାଇ ଦେବେ ବୋଲି ଧମକୀ ଦେଇଥିଲେ । ଯାହା ଆଜି କାର୍ଯ୍ୟକାରୀ ହୋଇଛି ।

ଆଜି ଅର୍ଥାତ୍ ମାର୍ଚ୍ଚ ୧ରେ ଏହି ମର୍ଡର କେଶର ଜଣେ ଅଭିଯୁକ୍ତଙ୍କ ଘନିଷ୍ଠ ବନ୍ଧୁଙ୍କ ଘରେ ଏକ ବୁଲଡୋଜର ଆକ୍ସନ ଆରମ୍ଭ ହୋଇଛି । ଅତିକ୍ ର ଘନିଷ୍ଠ ବନ୍ଧୁ ଜାଫର ଅହମ୍ମଦଙ୍କ ଘରେ ବୁଲଡୋଜର ଚଢିବା ପୂର୍ବରୁ ପୋଲିସ ଆସବାବପତ୍ରକୁ ବାହାରକୁ ବାହାର କରିଥିଲା । ସୋଫା, ଗ୍ୟାସ ସିଲିଣ୍ଡର ଭଳି ଅନେକ ଜିନିଷ ବାହାର କରାଯାଇଥିଲା । କିନ୍ତୁଏହି ସମୟରେ ଘର ଭିତରୁ ୨ଟି ରାଇଫଲ ଏବଂ ଖଣ୍ଡା ଘରୁ ଜବତ ହୋଇଥିଲା । ଯାହା ସନ୍ଦେହକୁ ଆହୁରି ଘନୀଭୂତ କରିଥିଲା । ଏହି ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଲା ସେ ଦିଗରେ ତଦନ୍ତ ଅଗ୍ରସର ହୋଇଛି । ଏହି ଘର ୨୦୦ ବର୍ଗ ୟାର୍ଡରେ ନିର୍ମିତ ଏବଂ ଏହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ।

ଯେଉଁଠାରେ ପ୍ରୟାଗରାଜରେ ବୁଲଡୋଜର ଚାଲିଛି ସେହି ଘରେ ଅତିକ୍ ଅହମ୍ମଦଙ୍କ ପତ୍ନୀ ଶାସ୍ତା ପରବିନ୍‌ଙ୍କୁ ଆଶ୍ରନ୍ଦିଆଯାଇଥିବା ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ଉମେଶ ପାଲ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ବା ସୁଟରମାନେ ଜାଫର ଅହମ୍ମଦଙ୍କ ଘରକୁ ଆସିଥିଲେ। । ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗୁଡ୍ଡୁ ମୁସଲିମଙ୍କ ନିର୍ମାଣାଧୀନ ଘରେ ଆଜି ବୁଲଡୋଜର ଚାଲିପାରେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ପ୍ରୟାଗର ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନ ଅନ୍ତର୍ଗତ ଜୟତିପୁରରେ ଉମେଶ ପାଲ ଏବଂ ତାଙ୍କର ଜଣେ ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଜୁ ପାଲ ହତ୍ୟା ମାମଲାରେ ବାହୁଜନ ସମାଜ ପାର୍ଟି (ବିଏସପି) ବିଧାୟକ ଉମେଶ ପାଲ ମୁଖ୍ୟ ସାକ୍ଷୀ ଥିଲେ। ସୋମବାର ଫେବୃଆରୀ ୨୭ ରେ ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅରବାଜଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ଏନକାଉଣ୍ଟରରେ ଜଶେ ପୋଲିସ କର୍ମଚାରୀ ଆହତ ହୋଇଥିଲେ, ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.