fbpx

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

Advertisement

ସୁନ୍ଦରଗଡ଼ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ସହ ଅଛନ୍ତି 5 T ସଚିବ ଭି କେ ପାଣ୍ଡିଆନ୍, ଏନଏଚଏମ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । କୋଭିଡର ୩ ୟ ଲହର ମୁକାବିଲା ନେଇ ଚାଲିଛି ସମୀକ୍ଷା ।

ଏହା ବ୍ୟତୀତ ଶିକ୍ଷା ବ୍ୟବସ୍ଥା ଓ ହକିର ଭିତ୍ତିଭୂମିର ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଏପଟିପିସି ମେଡିକାଲ ପରିଦର୍ଶନ କରିବା ସହ ତାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ଏହି ଗସ୍ତ ସମୟରେ କୁଣ୍ଡୁକେଲା ଗ୍ରୀଡ୍ ସବଷ୍ଟେସନ, ଭେଡାବାହାଲ କୋଲ କରିଡର ପ୍ରୋଜେକ୍ଟ ଗସ୍ତ କରିବେ । ଭବାନୀପୁର ଅଙ୍ଗନବାଡ଼ି କେନ୍ଦ୍ର ଓ କିଞ୍ଜିର୍ମା ସରକାରୀ ହାଇସ୍କୁଲ ଯିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.