fbpx

୨ ବର୍ଷରୁ କମ୍ ବୟସର ପିଲା ଦେଖିପାରିବେନି TV: ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ ଲାଗିଲା ପ୍ରତିବନ୍ଧକ, ଜାଣନ୍ତୁ କେଉଁଠାରେ

ନୂଆଦିଲ୍ଲୀ: ଆଜିକାଲି ମା’ମାନେ ଛୁଆଙ୍କୁ ବୁଝାଇବା ବଦଳରେ ମୋବାଇଲ ବା ଟିଭି ଦେଖାଇ ଚୁପ୍ କରାଉଛନ୍ତି ବା ଖୁଆଉଛନ୍ତି । ସବୁ ମା’ମାନେ ପ୍ରାୟ ଏପରି କରୁଛନ୍ତି । ଏହାରି ମଧ୍ୟରେ ସ୍ୱିଡେନରେ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ‘ସ୍କିନ୍’ ବ୍ୟବହାର କରିବାକୁ ବାରଣ କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରାଯାଇଥିବା ପରାମର୍ଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଛୁଆଙ୍କୁ ଟିଭି ଓ ମୋବାଇଲ ଫୋନ୍ ସମେତ କୌଣସି ‘ସ୍କିନ୍’ ବ୍ୟବହାର କରିବାର ଅନୁମତି ନାହିଁ ।

କେତେ ସମୟ ‘ସ୍କିନ୍’ର ବ୍ୟବହାର କରିପାରିବେ :-
ପରାମର୍ଶରେ କୁହାଯାଇଛି ଯେ, ୨ରୁ ୫ ବର୍ଷର ପିଲା ଦିନରେ ସର୍ବାଧିକ ୧ ଘଣ୍ଟା ଓ ୬ ବର୍ଷରୁ ୧୨ ବର୍ଷ ବୟସର ପିଲା ୨ ଘଣ୍ଟା ପାଇଁ ‘ସ୍କିନ୍’ ବ୍ୟବହାର କରିପାରିବେ । ଏଥିରେ କୁହାଯାଇଛି ଯେ, କିଶୋର-କିଶୋରୀମାନଙ୍କୁ ଦିନସାରା ସର୍ବାଧିକ ୩ ଘଣ୍ଟା ‘ସ୍କିନ୍’ର ବ୍ୟବହାର କରିବାକୁ ଅନୁମତି ଦେବା ଉଚିତ୍ ।

ଏହି ଦେଖଗୁଡ଼ିକରେ ମଧ୍ୟ ପରାମର୍ଶ ଜାରି :-
ଆମେରିକା, ଆୟରଲ୍ୟାଣ୍ଡ, କାନାଡ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ଭଳି ଦେଖ ମଧ୍ୟ ଏଭଳି ପରାମର୍ଶ ଜାରି କରିଛନ୍ତି । ଏଥିରେ ଫ୍ରାନ୍ସ ସବୁଠାରୁ ଅଧିକ ଶକ୍ତି ପରାମର୍ଶ ଜାରି କରି କହିଛି ଯେ, ୩ ବର୍ଷରୁ କମ୍ ବୟସର ପିଲାଙ୍କୁ ‘ସ୍କିନ୍’ ବ୍ୟବହାର କରିବାର ଅନୁମତି ଦିଆଯିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.