fbpx

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭାବନୀୟ ଦୃଶ୍ୟ, ଶିଶୁ ଅଦଳବଦଳ ଅଭିଯୋଗ ଆଣିଲେ ପରିବାରବର୍ଗ.. ଦେଖନ୍ତୁ ଭିଡିଓ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ  ଶିଶୁ ବଦଳ ଅଭିଯୋଗ ହୋଇଛି । ସୋମବାର ଜିଲ୍ଲାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ନିଜ ପତ୍ନୀ ବିନିତାଙ୍କୁ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ କହିଥିଲେ । କିଛି ସମୟ ପରେ ପୁଣି ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି ତାଙ୍କୁ ସୂଚନା ଦେଇଥିଲେ ।

ଫଳରେ ପ୍ରଥମେ ଶିଶୁ ପୁତ୍ର ହୋଇଥିବା କହି ପରେ ପୁଣି ଶିଶୁ କନ୍ୟା ହୋଇଥିବା ସୂଚନା ଦେବା ପରେ ବିଶିକେଶନ ତାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏନେଇ ସେ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ବିଶିକେଶନଙ୍କ ଅଭିଯୋଗ କ୍ରମେ ଆଜି ପୋଲିସ ଚିକିତ୍ସାଳୟକୁ ପହଂଚି ଶିଶୁ ବଦଳ ଅଭିଯୋଗର ତଦନ୍ତ କରୁଛି । ତେବେ ପ୍ରସୂତି ବିଭାଗ ପକ୍ଷରୁ ଠିକ ସୂଚନା ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷଜନକ ବାତାବରଣ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.