fbpx

୧୬ ଫୁଟ୍ ଗଭୀର ବୋରୱେଲରେ ଖସି ପଡ଼ିଲା ଶିଶୁ, ଜାରି ରହିଛି ରେସ୍କ୍ୟୁ ଅପରେସନ୍‌

ବେଙ୍ଗାଲୁରୁ: ବୁଧବାର ବିଜୟାପୁରା ଜିଲ୍ଲା ଲଛୟାନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ପାଖରେ ଖେଳୁଥିବା ସମୟରେ ୨ ବର୍ଷର ଶିଶୁ ଏକ ଖୋଲା ବୋରୱେଲରେ ଖସି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବୋରୱେଲ ୧୬ ଫୁଟ୍ ଗଭୀର ଥିବା ଜଣାପଡ଼ିଛି । ତେବେ ଏନ୍‌ଡିଆରଏଫ୍ ଟିମ୍ ଦ୍ୱାରା ଶିଶୁର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ଏଫ୍‌ଆଇଆର ରୁଜୁ କରାଯାଇନଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ପୋଲିସ ସୂତ୍ରରୁ ପ୍ରକାଶ ବୁଧବାର କଣ୍ଣାଟକର ଇଣ୍ଡି ତାଲୁକ ଜିଲ୍ଲା ସ୍ଥିତ ଲଛୟାନ୍ ଗାଁ ସ୍ଥିତ ଏକ ମୁକୁଳା ବୋରୱେଲରେ ୨ ବର୍ଷର ଶିଶୁ ଖସି ପଡ଼ିଥିଲା । ଘର ପାଖରେ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍ ଉଦ୍ଧାରକାରୀ ଦଳ, ମେଡିକାଲ ଟିମ୍ ଏବଂ ଆମ୍ବୁଲାନ୍ସ ପହଞ୍ଚିଥିଲା । ସନ୍ଧ୍ୟା ୬ଟା ୩୦ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବୋରୱେଲଟି ୧୬ ଫୁଟ୍ ଗଭୀର ଥିବାରୁ କିଛି ଦେଖାଯାଉ ନାହିଁ ଏବଂ କିଛି ଶବ୍ଦ ମଧ୍ୟ ଶୁଣାଯାଉ ନାହିଁ । ତେବେ ବୋରୱେଲରେ ଫସିଥିବା ଶିଶୁ ପାଇଁ ପାଇପ୍ ଯୋଗେ ଅକ୍ସିଜେନ୍ ଯୋଗାଣ କରାଯାଉଥିବା ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.