fbpx

(Video) ଖେଳନା ଭାବି ସାପକୁ ଚୋବାଇବାକୁ ଲାଗିଲା ଏହି ଶିଶୁ, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପିଲାମାନେ କିଛି ନା କିଛି ଜିନିଷକୁ ପାଟିରେ ଚୋବଇଥାନ୍ତି । ଯଦି ସେମାନଙ୍କୁ ମନାକରାଯାଏ ତେବେ ଆହୁରି ଚୋବାଇବାକୁ ଲାଗନ୍ତି । ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶିଶୁଟି ଏକ ଜିଅନ୍ତା ସାପକୁ ଖେଳନା ଭାବି ଚୋଇବାରେ ଲାଗିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଜଣେ ଶିଶୁ ସାପକୁ ମୁହଁ ପାଖକୁ ନେଉଛି । ଏହି ସମୟରେ ସାପ କଷ୍ଟ ପାଉଥିବାର ନଜର ଆସୁଛି । ଏହାର କିଛି ସମୟ ପରେ ଶିଶୁ ସାପର ମୁହଁକୁ ଚୋବାଇବାରେ ଲାଗିଛି । ସାପ ପାଟିରୁ ବାହାର ଆସୁଛି କିନ୍ତୁ ସେହି ଶିଶୁ ଜଣକ ପୁଣି ଥରେ ତାକୁ ପାଟିରେ ପୁରାଇ ଚୋବାଇବାକୁ ଲାଗିଛି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମ jajara_sarkar ନାମକ ଆଇଡିରେ ସେୟାର କରାଯାଇଛି । ଜଣେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୮ ଲକ୍ଷ ଲୋକେ ଦେଖିସାରିଲେଣି । ସେହିପରି ୩ ଲକ୍ଷ ଲୋକେ ଏହାକୁ ଲାଇକ ଦେଇଛନ୍ତି । ଏଥିସହ ଭିଡିଓରେ କମେଣ୍ଟର ବର୍ଷା ହେବାକୁ ଲାଗିଛି । ଲୋକମାନେ ଏହି ଶିଶୁର ଅବିଭାବକଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରୁଛନ୍ତି ।

 

View this post on Instagram

 

A post shared by Choudhary Ladulal (@jajara_sarkar)

Get real time updates directly on you device, subscribe now.