fbpx

ଆଜିବି ପେଟ ର ଭୋକ ମେଣ୍ଟାଇବା ପାଇଁ ଶିଶୁପୁତ୍ର ବିକ୍ରୀ, ତଦନ୍ତ କରୁଛି ଚାଇଲଡ଼ ଲାଇନ

ଖଇରପୁଟ , 10/1 :ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକ ର ସପ୍ତଧାରା ଗାଁ ରେ 4 ମାସର ଶିଶୁପୁତ୍ର ବିକ୍ରୀ କୁ ନେଇ ଖବର ପ୍ରସାରଣ ପରେ ଆଜି ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ଚାଇଲଡ଼ ଲାଇନ। ବିକ୍ରୀ କରାଯାଇଥିବା ଶିଶୁ ରାଜା କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଲେ ଚାଇଲଡ଼ ଲାଇନ। ଆଜି ମୃତ ସମନାଥ ପରିବାର ପାଖକୁ ପହଁଞ୍ଚିବା ବେଳକୁ କିଛି ଭିର୍ଣ୍ଣ ଦୃଶ୍ୟ ଆମ ନଜରକୁ ଆସିଥିଲା। ଗଛ ମୂଳରେ କୁନି ପିଲାଙ୍କ ସହ ଶୀତ କାକରରେ ଦିନ କାଟୁଛନ୍ତି ପରିବାରର ଲୋକ। ଗୋଟିଏ ପଟେ ଜୀବଜନ୍ତୁ ଙ୍କ ଭୟ ଅନ୍ୟ ପଟେ ହାଡ଼ଭଙ୍ଗା ଶୀତ ର ପ୍ରଭାବ। ପରିବାର ଦାରିଦ୍ର୍ୟ ଏସବୁକୁ ଆଉ କିଛି ବୃକ୍ଷେପ ନାହିଁ।ଖାଇବା ପାଇଁ ପାଖରେ ମାଗିଯାଚି ଆଣିଥିବା ଦିମୁଠା ଚାଉଳ ତା ସାଙ୍ଗକୁ ପକୋଡା ପନିପରିବା ଦୁଇ ଚାରିଟା।ଏଥିରେ ଚଳୁଛି 6 ପ୍ରାଣୀ। ଏଭଳି ଅବସ୍ଥା ଦେଖିଛି ବା କିଏ। ସବୁ ସହିବାକୁ ମନସ୍ଥ କରିନେଇଛି ଏହି ଦୁଃଖୀ ପରିବାର ।ନା ଏମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଅଛି ନା ସରକାରଙ୍କ BPL ଚାଉଳ ଏଭଳି ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ। ତେବେ ପରିବାର ଲୋକ କହିଛନ୍ତି ବିକ୍ରି ହୋଇଥିବା ଶିଶୁ ପୁତ୍ର ରାଜକୁ ଉଦ୍ଧାର କରିବା ସହ ଘରେ ଥିବା ଆଉ 4 ପିଲାଙ୍କୁ ସରକାର ନେଇ ସେମାନଙ୍କୁ ପାଠ ପଢାଇ ମନୀଷ କରାନ୍ତୁ।କାରଣ ନିଜେ ବଞ୍ଚିବା କଷ୍ଟକର ଆଉ ଏମାନଙ୍କୁ କେମିତି ବଞ୍ଚେଇବି ଆଉ ମନୀଷ କରିବି ବୋଲି ଜେଜେମା କହିଛନ୍ତି।ତେବେ ପରିବାର ଲୋକଙ୍କୁ ପଚରାଉଚରା ପରେ ଜଣା ପଡ଼ିଲାଯେ ରାଜାକୁ କୁଡୁମୁଲୁଗୁମା ଠାରେ ହଜାର ଟଙ୍କା ରେ ବିକ୍ରୀ କରିଛନ୍ତି ବାପା ମା।ତାକୁ ନେଇ ଚାଇଲଡ଼ ଲାଇନ ଅଧିକା ତଦନ୍ତ କରୁଛି।

Get real time updates directly on you device, subscribe now.