୧୩ ବର୍ଷର ନାବାଳିକା ଝିଅକୁ ଜୋରଜବରଦସ୍ତି ବିବାହ କରାଇଦେଲେ ବାପା-ମା’

ବାଲେଶ୍ୱରରେ ହେଉଛି ବାଲ୍ୟ ବିବାହ!

ବାଲେଶ୍ୱର:  ଏବେବି ଚାଲିଛି ସେଇ ପୁରୁଣା। ତାହା ପୁଣି ବାଲ୍ୟ ବିବାହ ପ୍ରଥା। ଯେଉଁ ପ୍ରଥା ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। କି ପ୍ରାପ୍ତ ବୟସ୍କ ନହେବା ପର୍ଯ୍ୟନ୍ତ କୌଣସି ପୁଅ କିମ୍ୱା ଝିଅଙ୍କର ବିବାହ କରାଯାଇପାରିବ ନାହିଁ।

ଆଉ ଯଦି ବାଲ୍ୟ ବିବାହ କରାଯାଏ ତାହାଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏତେ ସବୁ ପରେ ମଧ୍ୟ ଏବେବି ଚାଲିଛି ସେହି ପ୍ରଥା। ଅର୍ଥାତ୍ ବାଲେଶ୍ୱରର ଜଣେ ୧୩ ବର୍ଷୀୟ ନାବାଳିକାକୁ ତାଙ୍କ ପରିବାର ବିବାହ କରିଦେଇଥିବା ଅଭିଯୋଗ ହୋଇଛି।

ବାଲେଶ୍ୱରର ଜଣେ ୧୩ ବର୍ଷୀୟ ଝିଅକି ତାଙ୍କ ବାପା ମା’ ଜୋରଜବରଦସ୍ତି ବିବାହ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ କରିଛନ୍ତି ଆଇସିଡିଏସ୍ ସୁପରଭାଇଜର।

ପୂର୍ବରୁ ମଧ୍ୟ ଉକ୍ତ ଝିଅର ବିବାହ କରେଇଦେବାକୁ ପରିବାର ଲୋକେ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ କବଳରୁ ନାବାଳିକା ଜଣକ ଖସି ଆସି ଖବର ଦେଇଥିଲା। ପରେ ଲେଖାପଢ଼ା କରି ନାବାଳିକା ଝିଅକୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରାଯାଇଥିଲା।

ହେଲେ ଏବେ ସେମାନେ ସେମାନଙ୍କ କାର୍ଯ୍ୟରେ ସଫଳ ହୋଇଗଲେ। ଆଉ ନାବାଳିକା ଝିଅକୁ ଜୋର ଜବର ଦସ୍ତି ବାହାଘର କରେଇ ଦେଲେ। ଯେଉଁ ବୟସ ତାର ଖେଲିବା ବୟସ, ବୁଲିବା ବୟସ, ପାଠ ପଢିବା ବୟସ। ସେହି ବୟସରେ ସେ ଏବେ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସେବା କରିବା ସହ ପରିବାର ସମ୍ଭାଳିବ।