fbpx

ସାବଧାନ୍‌! ରାଜଧାନୀରେ ଚାଲିଛି ଶିଶୁ ବିକ୍ରି ରାକେଟ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚାଇଲ୍ଡ ଲାଇନ 10,000 ହଜାର ଟଙ୍କାରେ ଶିଶୁ ବିକ୍ରି ହେଉଥିବା ନେଇ ସୋସିଆଲ ମିଡିଆରେ ସୂଚନା ପାଇଛନ୍ତି । ଏହାକୁ ନେଇ ଚାଇଲ୍ଡ ଲାଇନ ତରଫରୁ କୁହାଯାଇଛି ଯଦି ଏହା ସତ ହୋଇଥାଏ ତେବେ ଏହା ଶିଶୁ ଅଧିକାରର ଗୁରୁତର ଉଲ୍ଲଂଘନ ଏବଂ ଦଣ୍ଡନୀୟ । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ 2015 ର 80 ଏବଂ 81 ମଧ୍ୟ ଲାଗିପାରେ । ତେବେ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଚାଇଲ୍ଡ ଲାଇନ ତରଫରୁ OCPCR ଚେୟାରମ୍ୟାନ୍, ସିଡବ୍ଲୁସି ଚେୟାରମ୍ୟାନ୍, ଖୋର୍ଦ୍ଧା ଡିସିପିଓ, କମିସନରେଟ ପୋଲିସକୁ ଘଟଣାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି ।

ଏହା ସହ ଚାଇଲ୍ଡ ଲାଇନ ଏହି ସମ୍ପର୍କରେ ତଦନ୍ତ ପାଇଁ ଏକ ଟିମ୍‌ ମଧ୍ୟ ଗଠନ କରିଛି । ଘଟଣାର ଅନୁସନ୍ଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଚାଇଲ୍ଡ ଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି ।

Get real time updates directly on you device, subscribe now.