fbpx

ସରକାରୀ କର୍ମଚାରୀଙ୍କୁ ଟିକା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ ବିରୋଧୀ ଲଢେଇ ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଭଳି ପଦେକ୍ଷପ ନେଇଛନ୍ତି । ଏହା ସହ ରାଜ୍ୟରେ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ଏହି କ୍ରମର ଆଜି ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଛନ୍ତି । 2 ଟି ଡୋଜ ଟିକାକରଣ ହୋଇନଥିଲେ ଅଫିସ୍‌ ଆସିପାରିବେ ନାହିଁ କର୍ମଚାରୀ । ଜୁଲାଇ 1ରୁ ସବୁ ଅଫିସ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏହା ପୂର୍ବରୁ ଟିକା ନେବା ବାଧ୍ୟତାମୂଳକ । ଟିକାକରଣ ପାଇଁ ଭୁବନେଶ୍ୱରରେ ଜୁନ୍‌ 20 ଯାଏଁ ସ୍ପେଶାଲ ଡ୍ରାଇଭ । ଏବେ ସୁଦ୍ଧା 6 ହଜାର କର୍ମଚାରୀ ପ୍ରଥମ ଡୋଜ ନେଇସାରିଛନ୍ତି । ସେମାନଙ୍କ ପାଇଁ 17 ତାରିଖ ଦ୍ୱିତୀୟ ଡୋଜ ହେବ ।

Get real time updates directly on you device, subscribe now.