fbpx

ପିଲା ପଢ଼ିବେ ଦୁର୍ଘଟଣା ରୋକିବା ପାଠ; ଶେଷ କ୍ଲାସରେ ଦିଆଯିବ ସଚେତନା ଶିକ୍ଷା

ଭୁବନେଶ୍ୱର: ଆଜି କାଲି ପିଲାମାନଙ୍କୁ ସଚେନ କରିବା ପାଇଁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ହାତକୁ ନିଆଯାଉଛି । ଏହା ସହିତ ତାଙ୍କ ପାଠ୍ୟକ୍ରମରେ ମଧ୍ୟ ଏହାକୁ ସାମିଲା କରାଯାଉଛି । ତେବେ ଆଜି କାଲି ଯେଉଁ ମାତ୍ରାରେ ସକଡ ଦୁର୍ଘଟଣା ହେଉଛି ଲଥିରେ ବହୁ ଲୋକଙ୍କ ଜୀବନ ଯାଉଛି । ଆଜି ସକାଳେ ମଧ୍ୟ ଏହି ଭଳି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ବହୁ ଲୋକଙ୍କ ଜୀବନ ଯାଇଛି ।ତେବେ ଏହି ଦିଗକୁ ଦୃଷ୍ଟି ରେ ରଖି ସରକାର ଏକ ନିଷ୍ପତ୍ତି ନେଇଛନ୍ତିି ।

ଆସନ୍ତା ୨୨ ତାରିଖରେ ପିଲାମାନଙ୍କ ସଚେତନ କରାଇବା ପାଇଁ ପିଲାଙ୍କୁ ଦୁର୍ଘଟଣା ରୋକିବା ପାଠ୍ୟକ୍ରମ ଶିକ୍ଷା ଦିଆଯିବ । ପ୍ରଥମରୁ ଦଶମ ଶ୍ରେଣୀର ପିଲା ମାନଙ୍କୁ ଏହି ଶିକ୍ଷା ଦିଆଯିବା ସହ ସଚେତନ କରାଯିବ । ୨୨ ତାରିଖ ଶେଷ ପିରିୟଡରେ ସଚେତନା କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଦିଆଯାଇଛି । ଅଭିଭାବକଙ୍କ ସହିତ ପିଲାମାନଙ୍କୁ ସଚେତନ ସ୍କୁଲ କର୍ତ୍ତୃପକ୍ଷ ସଚେତନ କରିବେ । ଯାହା ଦ୍ୱାରା ପିଲା ମାନେ ସଜାଗ ହେବେ । ଏହା ଦ୍ୱାରା ଆମେ କିଛି ମାତ୍ରାରେ ଲୋକମାନଙ୍କୁ ସଚେତନ କରାଇ ପାରିବୁ ବୋଲି କତ୍ତୃପକ୍ଷ ଆଶା ରଖିଛନ୍ତି ।

Get real time updates directly on you device, subscribe now.