(Video) ଚୀନର ନୂଆ ଯୁଦ୍ଧ ବିମାନକୁ ନେଇ ଛାନିଆ ଆମେରିକା ସମେତ ବିଶ୍ୱ

ଚୀନର ୬ଷ୍ଠ ମାରକ ବିମାନକୁ ନେଇ ଚର୍ଚ୍ଚା, ଶତ୍ରୁକୁ ମାତ ଦେଇ କରିବ ଯୁଦ୍ଧ ବିଜୟ

ନୂଆଦିଲ୍ଲୀ- ଚୀନର ନବୀନତମ ଯୁଦ୍ଧ ବିମାନ ଦେଖି ଛାନିଆ ବିଶ୍ୱ । ୬ଷ୍ଠ ପିଢିର ଏହି ବିମାନର ଉଡାଣର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୀନର ଏହି ବିମାନ ପ୍ରଥମ ଥର ପାଇଁ ଗୁରୁବାର ତାର ଉଡାଣ ଭରିଛି । ଏବେ ମଧ୍ୟ ଏହି ଜେଟକୁ ନେଇ ବହୁ ତଥ୍ୟ ସାମ୍ନାକୁ ଆସି ନାହିଁ । ତଥାପି ଏହାକୁ ନେଇ ଚିନ୍ତାରେ ଆମେରିକା ସହ ସାରା ବିଶ୍ୱ ।

ଚୀନର ସୋସିଆଲ ମିଡିଆ ନେଟୱାର୍କରେ ନବୀନତମ ଯୁଦ୍ଧ ବିମାନର ଉଡିବାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟପ ସିକ୍ରେଟ ପ୍ରୋଜେକ୍ଟ ସମ୍ପର୍କରେ ଚୀନ ସବୁ ତଥ୍ୟ ଗୋପନୀୟ ରହିଛି । ତଥାପି କୁହାଯାଉଛି, ଏହା ଅତ୍ୟାଧୁନିକ ଜ୍ଞାନ କୌଶଳରେ ପୂର୍ଣ୍ଣା

ତେବେ ଏହି ଯୁଦ୍ଧ ବିମାନକୁ କୌଣସି ଅଫିସିଆଲ ନାଁ ଦିଆଯାଇନାହିଁ । କିନ୍ତୁ ସେନା ବଳ ଭିତରେ ଏହି ଜେଟକୁ ବାଇଡି ବା ହ୍ୱାଇଟ ଏମ୍ପେର କୁହାଯାଉଛି ।

ରିପୋର୍ଟ ମୁତାବକ, ନୂଆ ଜେଟରେ ଆଡଭାନ୍ସ ଷ୍ଟିଥ କ୍ଷମତା ହେବ । ଅର୍ଥାତ୍ ଏହା ଶତ୍ରୁ ରାଡରର ଦୃଷ୍ଟିରୁ ବଞ୍ଚି ନିଜ କାମ କରିପାରିବ । ଏହି ଏୟାର କ୍ରାପ୍ଟରେ ଏଆଇ ମଧ୍ୟ ବ୍ୟବହାର ହୋଇଥିବା ଖବର ମିଳିଛି । ଏହାକୁ ଜେଟରେ ବିରାଟ ରୂପେ ଡାଟା ପ୍ରୋସେସିଂ ସହ ଶୀଘ୍ର ନିଷ୍ପତ୍ତି ନେବାରେ ସହାୟକ ହେବ ।

ହୁଏତ ଏହି ବିମାନ ଡ୍ରୋନ ସହ କୋଅର୍ଡିନେଟ କରିବାରେ କ୍ଷମତା ରଖିଥିବା ଚର୍ଚ୍ଚା ହେଉଛି ।

ଚୀନର ଏହି ୬ଷ୍ଠ ପିଢିର ଯୁଦ୍ଧ ବିମାନ ନିଜ ସହ ହାଇପରସୋନିକ ହତିଆର ନେଇ ଯିବାରେ ମଧ୍ୟ ସକ୍ଷମ । ଲମ୍ବା ଦୂରତା ଓ ଗତିଶୀଳର ଏହି ହତିଆର ସବୁ ନୂଆ ବିମାନ ସହ ଚୀନର ମାରକ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି କୁହାଯାଉଛି ।

ଏହା ମଧ୍ୟ କୁହାଯାଉଛି କି, ଜେଟରେ ଅଭିନବ ରାଡର ସିଷ୍ଟମ ଲାଗିଥିବ, ଯାହା ଶତ୍ରୁର ପ୍ରତି ପଦକ୍ଷେପର ଖବର ରଖିବ । କିଛି ବିଷାରଦଙ୍କ ମୁତାବକ, ଏହି ଜେଟ ଡାଇରେକ୍ଟେଡ ଏନର୍ଜି ୱିପେନ ପରି ଲେଜର ସହ ସମୃଦ୍ଧ ହୋଇପାରେ ।