fbpx

ଲୋକସଭା ନିର୍ବାଚନର ଫଳାଫଳ ଉପରେ ଚୀନର ରହିଛି ନଜର, ସି ଜିନଫିଙ୍ଗଙ୍କ ମୁଖପାତ୍ର ଲେଖିଲେ- PM ମୋଦୀ ପୁଣି ଜିତିଲେ..

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଅଧିକାଂଶ ଏଗଜିଟ୍ ପୋଲ ‘ପୁଣି ଥରେ ମୋଦୀ ସରକାର’ ଆସିବାର ଭବିଷ୍ୟବାଣୀ କରିଛନ୍ତି । ଅନେକ ଏକଜିଟ ପୋଲ ବିଜେପିର ‘ଅବକି ବାର ୪୦୦’ ପାରର ମୋହର ଲଗାଇଛନ୍ତି । ୪ ଜୁନରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏହାରି ମଧ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଜିତିବାର ସମ୍ଭାବନାକୁ ନେଇ ଚୀନର ବିଶ୍ୱାସ ରହିଛି । ଚୀନର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ନରେନ୍ଦ୍ର ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତ-ଚୀନ ମଧ୍ୟରେ ବନ୍ଧୁତ୍ୱ ସମ୍ଭାବନାକୁ ଦର୍ଶାଇଛନ୍ତି । ଗ୍ଲୋବାଲ ଟାଇମ୍ସ ଚୀନର ଜିନପିଙ୍ଗ ସରକାରଙ୍କ ଅଫିସିଆଲ ଖବର କାଗଜ ଅଟେ । ଗ୍ଲୋବାଲ ଟାଇମ୍ସ ନିଷ୍ପତ୍ତିକୁ ଚୀନର ବିଚାର ବୋଲି କୁହାଯାଏ । ଏକ୍ସପର୍ଟଙ୍କ ଅନୁଯାୟୀ, ଗ୍ଲୋବାଲ ଟାଇମ୍ସର ଏହି ଲେଖା ଗୁରୁତ୍ୱପୂର୍ଣ୍ଣ ଅଟେ ।

ଚୀନ ମିଡିଆ ଗ୍ଲୋବାଲ ଟାଇମ୍ସ ନିଜ ଆର୍ଟିକିଲରେ ଲେଖିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତ ଏବଂ ଚୀନ ମଧ୍ୟରେ ସଂପର୍କ ଦୃଢ ହେବ । ଗ୍ଲୋବାଲ ଟାଇମ୍ସ ଚୀନ ଏକ୍ସପର୍ଟସଙ୍କ ପକ୍ଷରୁ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଭାରତର ବୈଦେଶିକ ନୀତି ଏବଂ କୁଟନୀତି ଆହୁରି ମଜବୁତ ହେବ । ଏଗଜିଟ ପୋଲକୁ ନେଇ ବିଶେଷଜ୍ଞଙ୍କ କହିବାନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ବିଜୟରେ ଭାରତର ସମଗ୍ର ଘରୋଇ ଏବଂ ବୈଦେଶିକ ନିତିମାନ ଜାରି ରହିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଭାରତର ଆର୍ଥିକ ବୃଦ୍ଧିକୁ ପ୍ରୋତ୍ସାହିତ କରିବାର ପ୍ରୟାସକୁ ଜାରି ରଖିବାର ବିଶ୍ୱାସ ରହିଛି । ଏଥିରେ କୁହାଯାଇଛି ଯେ, ଗ୍ଲୋବାଲ ଟାଇମ୍ସରେ ଚୀନ ସରକାରଙ୍କ ବିନା ଅନୁମତିରେ ଏହି ଖବର କାଗଜରେ କିଛି ବି ଲେଖାଯାଇନଥାଏ ।

Get real time updates directly on you device, subscribe now.