fbpx

ଚୀନରେ ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ, ଏବେଠାରୁ ତିନିଟି ଛୁଆଁ ଜନ୍ମ କରିବାକୁ ମିଳିଲା ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ ଘଟାଇଛନ୍ତି ଚୀନ ସରକାର । ଦେଶରେ ଜନସଂଖ୍ୟାର ଦ୍ରୁତ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ନିକଟରେ ଜାରି ହୋଇଥିବା ଜନସଂଖ୍ୟା ହିସାବ ସମ୍ପର୍କିତ ରିପୋର୍ଟରେ ଜନସଂଖ୍ୟାର ହାର ମାତ୍ରାଧିକ ଖସିଥିବା ପରିଲକ୍ଷିତ ହୋଇଛି । ୧୯୬୦ ପରେ ୨୦୨୦ ରେ ଚୀନରେ ସବୁଠାରୁ କମ୍ ଶିଶୁ ଜନ୍ମ ହୋଇଛନ୍ତି । ଏହାକୁ ଦେଖି ଚୀନ ନିଜର ଫ୍ୟାମିଲି ପ୍ଲାନିଂ ଆଇନରେ ଢ଼ିଲାପଣ ଆଣିଛି । ଖାଲି ସେତିକି ନୁହେଁ ଚୀନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏବେ ଠାରୁ ଦୁଇଟି ନୁହେଁ ବରଂ ତିନୋଟି ଛୁଆ ଜନ୍ମ କରିପାରିବେ । ଚୀନର ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଛି ।

ଚୀନର ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ମୁତାବକ, ଏହି ଆଇନକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । କିଛିଦିନ ତଳେ ଚୀନ ତା’ର ଜନସଂଖ୍ୟାର ହିସାବ ଜାରି କରିଥିଲା । ଏହି ହିସାବ ମୁତାବକ ପୂର୍ବ ଦଶକରେ ଚୀନରେ ଶିଶୁ ଜନ୍ମ ହାର ବେସ୍ କମିଥିବା ଦେଖାଯାଇଥିଲା । ଏହାର ମୁଖ୍ୟ କାରଣ ଚୀନର ଦୁଇ ଶିଶୁ ଯୋଜନା ବୋଲି କୁହାଯାଇଛି । ସେପଟେ ଚୀନର ମୋଟ ଜନସଂଖ୍ୟାର ଏକ ବଡ ଭାଗ ବୃଦ୍ଧ ଅବସ୍ଥାକୁ ଚାଲି ଆସିଛନ୍ତି । ଅର୍ଥାତ୍ ବୃଦ୍ଧଙ୍କ ସଂଖ୍ୟା ବଢ଼ିଥିବା ବେଳେ ନୁତନ ଜନ୍ମିତ ଶିଶୁଙ୍କ ସଂଖ୍ୟା ଅତ୍ୟଧିକ କମିଯାଇଛି ।

ଏହାସହ ଚୀନର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ୨୦୨୦ ମସିହାରେ ଚୀନରେ କେବଳ ୧୨ ମିଲିୟନ ଶିଶୁ ଜନ୍ମ ହୋଇଛନ୍ତି । ଯାହାକି ୨୦୧୬ ରେ ୧୮ ମିଲିୟନ ଥିଲା । ଚୀନରେ ସଦ୍ୟ ଜନସଂଖ୍ୟା ହିସାବରେ ୨୦୧୦ ରୁ ୨୦୨୦ ମଧ୍ୟରେ ଚୀନରେ ୦.୫୩ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ହୋଇଛି । ଏହି ହାର ୨୦୦୦ ରୁ ୨୦୧୦ ମଧ୍ୟରେ ୦.୫୭ ପ୍ରତିଶତ ଥିଲା । ସୂଚନା ଥାଉ କି, ୨୦୧୬ରେ ଚୀନ ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ୱାନ୍ ଚାଇଲ୍ଡ ପଲିସି ଆଇନ୍ କୁ ଭଙ୍ଗ କରିଥିଲା । ଆଉ ଏବେ ଆମେ ଦୁଇ ଆମର ଦୁଇ ଆଇନକୁ ଭାଙ୍ଗିଛି ।

Get real time updates directly on you device, subscribe now.