fbpx

ଚୀନ ବ୍ୟାଡମିଣ୍ଟନ ଖେଳାଳି ଝାଙ୍ଗ ଝିଜୀଙ୍କର ମୃତ୍ୟୁ: ଦୁଃଖ ପ୍ରକାଶ କଲେ ପି.ଭି ସିନ୍ଧୁ

Advertisement

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରୁ ଆସିଛି ଏକ ବଡ଼ ଦୁଃଖ ଖବର । ଜଣେ ୧୭ ବର୍ଷୀୟ ବ୍ୟାଟମିଣ୍ଟନ ଖେଳାଳି ବ୍ୟାଟମିଣ୍ଟନ କୋର୍ଟରେ ପଡ଼ିଯିବା ଫଳରେ ତାଙ୍କର କାର୍ଡିଆକ ଅରେଷ୍ଟରେ ମୃତ୍ୟୁ ଘଟିଛି । ଚୀନର ବ୍ୟାଡମିଣ୍ଟନ ଖେଳାଳି ଝାଙ୍ଗ ଝିଜୀ ବ୍ୟାଡମିଣ୍ଟନ କୋର୍ଡରେ ପଡ଼ିଯାଇ କାର୍ଡିଆକ ଅରେଷ୍ଟରେ ମୃତ୍ୟୁବରଣ କରିଛନ୍ତି । ରବିବାର ଦିନ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା । ଝାଙ୍ଗ କିଣ୍ଡରଗାର୍ଡନରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ଓ ଗତବର୍ଷ ସେ ଚୀନର ଜାତୀୟ ୟୁଥ ଟିମରେ ସାମିଲ ହୋଇଥିଲେ ।

ଝାଙ୍ଗଙ୍କ ଅଚାନକ ବିୟୋଗରେ ସାରା ବିଶ୍ୱର ଅନେକ ବରିଷ୍ଠ କ୍ରୀଡ଼ାବିତ ପ୍ରତିକ୍ରିୟା ଦେଇଛନ୍ତି । ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଝାଙ୍ଗଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଇଣ୍ଡୋନୋସିଆର ଜାକର୍ତ୍ତାରେ ଖେଳାଯାଇଥିବା ଏକ ଟୁର୍ଣ୍ଣାମେଣ୍ଟ ଅବସରରେ ଝାଙ୍ଗ କୋର୍ଟରେ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ କାର୍ଡିଆକ ଅରେଷ୍ଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଜାକର୍ତ୍ତାର ଯୋଗ୍ୟାକାର୍ତ୍ତାରେ ଏସୀୟ ଜୁନିୟର ଚାମ୍ପିୟନଶିପରେ ଜାପାନର କାଜୁମା କବାନୋଙ୍କ ବିପକ୍ଷେରେ ମ୍ୟାଚ ଖେଳୁଥିବା ସମୟରେ ଝାଙ୍ଗ ଅଚାନକ ତଳେ ପଡ଼ିଯାଇଥିଲେ ।

Get real time updates directly on you device, subscribe now.