ମାତ୍ର ଗୋଟିଏ ସେକେଣ୍ଡରେ ମନର କଥାକୁ ଜାଣିନେବ ଏହି ମେସିନ, ଭାଷାକୁ ବି କରିବ ଡିକୋଡ

ଏଣିକି ମଣିଷ ମନରେ ଚାଲିଥିବା କଥାକୁ ପଢିନେବ ମେସିନ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ..

ନୂଆଦିଲ୍ଲୀ: ଆଜିକାଲିର ଟେକ୍ନିକ୍ ଅନେକ ଦୂରରେ ପହଞ୍ଚିଲାଣି। ତେବେ ଏହି କ୍ଷେତ୍ରରେ ଚୀନ ଦୁନିଆର ସବୁଠୁ ଆଗରେ। ଚୀନ ଷ୍ଟାର୍ଟଅପ ‘ନ୍ୟୁରୋଆକ୍ସେସ’ ଗୁରୁବାର ନିଜର ଦୁଇଟି ସଫଳ ପରୀକ୍ଷଣକୁ ଘୋଷଣା କରିଛି। କମ୍ପାନୀ ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ ରିୟଲ ଟାଇମରେ ଏହି ଜାଣିଛି ଯେ, ରୋଗୀ କ’ଣ ଭାବୁଛି ଏବଂ ଅନ୍ୟ ପରୀକ୍ଷଣରେ ଚୀନର ଭାଷାକୁ ରିୟଲ ଟାଇମରେ ଡିକୋଡ୍ କରିଛି।

Xinhuaର ରିପୋର୍ଟ ମୁତାବକ, ବିସିଆଇ ଟେକ୍ନିକ ମାଧ୍ୟମରେ ବର୍ତ୍ତମାନ କେବଳ ନିଜ ମୁଣ୍ଡରେ ସଫ୍ଟୱେୟାରକୁ କଣ୍ଟ୍ରୋଲ କରିପାରୁଛି। ବସ୍ତୁମାନଙ୍କୁ ଦୋହଲାଇ ପାରୁଛି, ଏଆଇ ମଡେଲ ସହ କଥାବର୍ତ୍ତା କରିପାରୁଛି ଏବଂ କହୁଥିବା ଡିଜିଟାଲ ଅବତାରକୁ କଣ୍ଟ୍ରୋଲ କରିପାରୁଛି।

ଅଗଷ୍ଟ ୨୦୨୪ରେ ସଂଘାଇର ଫୁଡାନ ୟୁନିର୍ଭସିଟି ସହ ଜଡିତ ହୁଆଶନ ହସ୍ପିଟାଲର ନ୍ୟୁରୋସର୍ଜନ୍ସ ୨୧ ବର୍ଷୀୟ ମହିଳା ରୋଗୀଙ୍କ ମୁଣ୍ଡରେ ୨୫୬-ଚ୍ୟାନେଲର ନମୁନାକୁ ବିସିଆଇ ଡିଭାଇସ ଇନଷ୍ଟଲ କରିଥିଲେ। ଏହି ଡିଭାଇସ ରୋଗୀଙ୍କ ମୁଣ୍ଡରେ ମୋଟର ଏରିୟାରେ ଥିବା ଟ୍ୟୁମରକୁ ଠିକ୍ କରିବା ଲାଗି ଲଗାଯାଇଥିଲା।

ନ୍ୟୁରୋସର୍ଜନଙ୍କ ଅନୁସାରେ, ତାଙ୍କ ଟିମ ରୋଗୀଙ୍କ ମୁଣ୍ଡରେ ହାଇ-ଗାମା ବ୍ୟାଣ୍ଡର ଇସିଓଜି ସିଗ୍ନଲ୍ସ ବାହାର କରିବା ସହ ସେଗୁଡ଼ିକୁ ବୁଝିବା ଲାଗି ଏକ ନ୍ୟୁରଲ ନେଟୱର୍କ ମଡେଲ ପ୍ରସ୍ତୁତ କରାଯାଇଛି। ଏହି ଟେକ୍ନିକ ୬୦ ମିଲିସେକେଣ୍ଡରୁ କମ ସମୟରେ ସଠିକ ଫଳାଫଳ ଦେଇଛି ଏବଂ ଅପରେସନର କିଛି ମିନିଟରେ ମୁଣ୍ଡର କାର୍ଯ୍ୟାତ୍ମକ କ୍ଷେତ୍ରର ନକ୍ସା ପ୍ରସ୍ତୁତ କରିସାରିଛି।