fbpx

ପୁଣିଥରେ ଭାରତ-ଚୀନ ସେନା ମୁହାଁମୁହିଁ, ୨୦୦ ଚୀନ ସେନାଙ୍କୁ ଯବାନ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଛି । ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ସେନାଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥିଲା । ଏଲଏସିକୁ ମାଡ଼ି ଆସିଥିବା ୨୦୦ ଚୀନ ସେନାଙ୍କୁ ରୋକିଥିଲେ ଭାରତୀୟ ସେନା । ତେବେ ଏଥିରେ କେହି ବି ମୃତାହତ କିମ୍ବା କୌଣସି ଜୀବନ ହାନି ହୋଇନାହିଁ । ସ୍ଥାନୀୟ କମାଣ୍ଡରସ୍ତରୀୟ ଆଲୋଚନା ସମସ୍ୟାର ସମାଧାନ ହୋଇଛି ।

Get real time updates directly on you device, subscribe now.