fbpx

ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛି ଚୀନ, କୋଭିଡରେ ପ୍ରାଣ ହରାଛନ୍ତି ୧୭ ଲକ୍ଷ ଲୋକ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆରମ୍ଭ ହେବା ଦିନଠାରୁ ଚୀନ ବିବାଦ ଘେରରେ ରହି ଆସିଛି । ଚୀନର ଉହାନ ଲାବରୁ କରୋନା ଭାଇରସର ଉତ୍ପତ୍ତି ନେଇ ଆମେରିକା ଛଡ଼ା ଅନେକ ଅନୁସନ୍ଧାନକାରୀ ମତ ଦେଇଥିଲେ । ତେବେ ଚୀନରେ କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଯେତିକି ପ୍ରଦାନ କରାଯାଉଛି, ବାସ୍ତବ ତଥ୍ୟ ତା’ଠାରୁ କାହିଁ କେତେଗୁଣରେ ଅଧିକ । ମୃତକଙ୍କ ସଂଖ୍ୟା ୧୭ ପ୍ରତିଶତ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ସେଠାରେ ପାଖାପାଖି ୧୭ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିବା କିଛି ବିଶ୍ଲେଷକ ମତ ଦେଇଛନ୍ତି ।

ଏକ ରିପୋର୍ଟ ମୁତାବକ, ଚୀନର ଛବି ବିଶ୍ୱ ଦରବାରରେ ଖରାପ ହୋଇଯିବାର ଆଶଙ୍କା କରି ମୃତ୍ୟୁ ସଂଖ୍ୟାକୁ ଲୁଚା ଯାଉଛି । ଗତ ୨୦୨୦ ଏପ୍ରିଲ ମାସ ପରେ ମାତ୍ର ଦୁଇଜଣ ମୃତକଙ୍କ ତଥ୍ୟ ରେକର୍ଡ କରାଯିବା ହେଉଛି ଏହାର ଏକ ଉଦାହରଣ । ସେ ସମୟରେ କୋଭିଡ ବିପକ୍ଷରେ ଲଢ଼େଇ ପାଇଁ କୌଣସି ଭ୍ୟାକ୍ସିନ ଉପଲବ୍ଧ ନଥିଲା । ମୃତ୍ୟୁ ସଂଖ୍ୟାକୁ ଲୁଚା ଯାଇଥିବା ନେଇ କିଛି ସଙ୍କେତ ବର୍ତ୍ତମାନ ଉହାନ ସହରରେ ରହୁଥିବା ଲୋକଙ୍କଠାରୁ ମିଳିଛି । ଗତ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ୪୨ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ମାତ୍ର ୩-୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଥିଲା । ବିଶ୍ୱରେ ବିଭିନ୍ନ ଦେଶରେ ଲୋକେ କରୋନା କବଳରୁ ମୁକ୍ତି ପାଇଁ ସଂଘର୍ଷ କରୁଥିବା ବେଳେ ଚୀନ ଏହାର ଫାଇଦା ନେଇ ନିଜର ବ୍ୟବସାୟ ବଢ଼ାଇବାରେ ଲାଗିଥିଲା । କରୋନା ସମୟରେ ଚୀନର କାର୍ଯ୍ୟକଳାପ ନେଇ ଅନେକ ଏକ୍ସପର୍ଟ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ । ଦେଶ ବିରୋଧରେ ସ୍ୱରଉତ୍ତୋଳନ କରି ଜାକ ମା’ଙ୍କ ପରି ଅନେକ ପ୍ରଭାବଶାଳୀ ବ୍ୟକ୍ତି କିଛିଦିନ ପାଇଁ ଜନମାନସରୁ ଗାଏବ୍ ହୋଇଯାଇଥିଲେ । ବାସ୍ତବରେ ଚୀନରେ କ’ଣ ଘଟିଛି, କ’ଣ ଘଟୁଛି ଆଉ କ’ଣ ଘଟିବାକୁ ଯାଉଛି, ତାହା କେବଳ ସେଠାକାର ବାସିନ୍ଦା ଓ ସରକାର ହିଁ ଜାଣିଥିବେ ।

Get real time updates directly on you device, subscribe now.