ଚୀନ ରଚୁଛି ନୂଆ ରଣନୀତି: ହିନ୍ଦୀ ଜାଣିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି କରାଉଛି ଡ୍ରାଗନ

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଚୀନ କରୁଛି ନୂଆ ରଣନୀତି । ଭାରତୀୟ ସେନାଙ୍କୁ ଫସେଇବା ପାଇଁ ରଚୁଛି ଚକ୍ରବ୍ୟୁହ । ନିଜର ପିପୁଲ୍ସ ଲିବରେସନ ଆର୍ମିରେ ସାମିଲ କରୁଛି କିଛି ନୂଆ ଯବାନ । ଯେଉଁମାନେ ହିନ୍ଦୀ ଭାଷା ବୁଝିବା ସହ କହି ପାରୁଛନ୍ତି । ଏମିତି ଏକ ଖବର ଏବେ ସାମନାକୁ ଆସିଛି । ତେବେ ଡ୍ରାଗନର ଏହି ଯୋଜନା ଆଉ ଏ ପଦକ୍ଷେପ ଭାରତ ପାଇଁ ପାଲଟିଛି ଚିନ୍ତାର ବିଷୟ । ଏହାର କାରଣ ଆଉ ଉଦ୍ଦେଶ୍ୟ ଖୋଜିବାକୁ ଚେଷ୍ଟା କରୁଛି ଭାରତୀୟ ସେନା ।

ତିବ୍ଦତର ସ୍ୱାୟତ୍ତ ଅଞ୍ଚଳରେ ଲାଇ ଅଫ ଆକ୍ଚୁଆଲ କଣ୍ଟ୍ରୋଲରେ ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ଚୀନ ଏହି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ଚଳିତ ବର୍ଷ ଜୁନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବ ବୋଲି ଯୋଜନା କରୁଛିି ତିବ୍ଦତ ମିଲିଟାରୀ ଡିଷ୍ଟ୍ରିକ୍ଟ । ହିନ୍ଦୀ ଅନୁବାଦକ ପାଇଁ ଗତ ୨ମାସରୁ ଅନେକ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବୁଲି ସାରିଛନ୍ତି ତିବ୍ଦତ ସେନାର ଜିଲ୍ଲା ଅଧିକାରୀ । ଏଠାରେ ସୈନ୍ୟ କାର୍ଯ୍ୟକ୍ରମ ବିୟେରେ ସୂଚନା ଦେଇ ନୂଆ ଯବାନମାନଭ୍କୁ ନିଯୁକ୍ତି ଦିଆଯାଇଥାଏ । କେବେଳ ସେତିକି ନୁହେଁ, ଏମାନଙ୍କ ବ୍ୟତୀତ ଅନ୍ୟ ଯବାନ ଏବଂ ଅଧିକାରୀମାନଙ୍କୁ ମଧ୍ୟ ହିନ୍ଦୀ ଶିଖିବା ପାଇଁ ଟ୍ରେନିଙ୍ଗ ଦେଉଛି ଡ୍ରାଗନ ।

ତେବେ ଚୀନର ଏହି ମାଷ୍ଟର ପ୍ଲାନ ପାଇଁ ଭାରତ ମଧ୍ୟ ସଜାଗ ରହିଛି । ଏଲଏସି ସହିତ ନିୟୋଜିତ ହୋଇତିବା ଭାରତୀୟ ଯବାନମାନଙ୍କୁ ତିବ୍ଦତ ସମ୍ପର୍କରେ ଟ୍ରେନ କରାଯାଉଛି । ଯାହାଦ୍ୱାରା ଗୁପ୍ତଚର ଅଧିଗ୍ରହଣରେ ସୁଧାର ଆସିବା ସହ ଅଞ୍ଚଳର ଜନସଂଖ୍ୟା ଅନୁଯାୟୀ ସଠିକ ରୂପେ ସଞ୍ଚାଳନ କରାଯାଇ ପାରିବ ।

Get real time updates directly on you device, subscribe now.