fbpx

ଦ୍ରୁତ ଗତିରେ ପରମାଣୁ ଅସ୍ତ୍ରର ଭଣ୍ଡାର ବଢାଉଛି ଚୀନ: ୨୦୩୫ ସୁଦ୍ଧା ମିଳିବ ୧୫୦୦ରୁ ଅଧିକ ଆଣବିକ ଅସ୍ତ୍ର

Advertisement

ନୂଆଦିଲ୍ଲୀ: ଚୀନକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚୀନ କିପରି ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବଢାଉଛି ତାକୁ ନେଇ ପେଣ୍ଟାଗନ ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୧୨ ବର୍ଷ ମଧ୍ୟରେ ଚୀନରେ ୧୫୦୦ ରୁ ଅଧିକ ଆଣବିକ ଅସ୍ତ୍ର ରହିବ । ତେବେ ପେଣ୍ଟାଗନ ହେଉଛି ଆମେରିକାର ପ୍ରତିରକ୍ଷା ବିଭାଗ, ଯାହା ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟତୀତ ଦୁନିଆରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖେ । ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ ଆନୁମାନିକ ବେଗଠାରୁ ଅଧିକ କାମ କରିଛି ଏବଂ ବର୍ତ୍ତମାନ ଏଥିରେ ପ୍ରାୟ ୪୦୦ ପରମାଣୁ ଅସ୍ତ୍ର ଅଛି ।

 

ତେବେ ଚୀନ କିପରି କ୍ରମାଗତ ଭାବରେ ଆମେରିକା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ଏହି ରିପୋର୍ଟରେ କୁହାଯାଇଛି । ଚୀନ ଆମେରିକାକୁ ବିଶ୍ୱର ସବୁଠୁ ବଡ ସୁପର ପାୱାର ଭାବରେ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି । ଯେଉଁଥିôପାଇଁ ଏହା ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବୃଦ୍ଧି କରୁଛି ।

ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ ୨୦୨୦ ସୁଦ୍ଧା ଚୀନରେ ପ୍ରାୟ ୨୦୦ ପରମାଣୁ ଅସ୍ତ୍ର ଥିଲା ବୋଲି ଆକଳନ କରାଯାଇଥିଲା । ଯାହାକୁ ଦ୍ୱିଗୁଣିତ କରିବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିପାରେ, ମାତ୍ର ଦୁଇ ବର୍ଷ ମଧ୍ୟରେ ଚୀନ ଆଣବିକ ଅସ୍ତ୍ରର ଭଣ୍ଡାରକୁ ଦ୍ୱିଗୁଣିତ କରିଛି । ଯାହାକୁ ନେଇ ଆମେରିକୀୟ ସୁରକ୍ଷା ଏଜେନ୍ସି ଏବେ ଚିନ୍ତିତ ଅଛନ୍ତି । ଯଦି ଚୀନ ଏପରି ଭାବେ ଯୁଦ୍ଧାସ୍ତ୍ର ନିର୍ମାଣ ଜାରି ରଖେ, ତେବେ ୨୦୩୫ ସୁଦ୍ଧା ଚୀନରେ ୧୫୦୦ ରୁ ଅଧିକ ଆଣବିକ ଅସ୍ତ୍ର ରହିବ । ଯାହାର ଶକ୍ତି ଉପରେ ସେ କୌଣସି ଦେଶକୁ ଧମକ ଦେଇ ପାରିବ ।

 

ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ତରଫରୁ କୁହାଯାଇଥିଲା ଯେ ଗତ କିଛି ବର୍ଷ ମଧ୍ୟରେ ଏହା ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ସ୍ତରରେ ଚୀନ କିପରି ନିଜର ବଢୁଥିବା ସେନାକୁ ବ୍ୟବହାର କରୁଛି ତାହା ସେ କହିଛନ୍ତି । ଆଗାମୀ ସମୟରେ ଆମେରିକାର ସୁରକ୍ଷା ଏଜେନ୍ସି ଗୁଡିକ ପାଇଁ ଏହା ସବୁଠାରୁ ବଡ ଚିନ୍ତାର କାରଣ ହୋଇପାରେ । ଚୀନ କ୍ରମାଗତ ଭାବରେ କହିଛି ଯେ କେବଳ ନିଜର ପ୍ରତିରକ୍ଷା ପାଇଁ ଏହି ଆଣବିକ ଅସ୍ତ୍ର ଅଛି । କିନ୍ତୁ ଦୁନିଆରେ ଭୟ ସୃଷ୍ଟି କରିବା ପାଇଁ ସେ କ୍ରମାଗତ ଭାବେ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବୃଦ୍ଧି କରୁଛି ବୋଲି ଜଣା ପଡ଼ିଛି ।

Get real time updates directly on you device, subscribe now.