fbpx

ଚୀନ ନିଜକୁ ଭାବୁଛି କ’ଣ: ନାବାଳକକୁ ଅପହରଣ କଲା, ଏବେ କହୁଛି ଆମେ କିଛି ଜାଣିନୁ

ନୂଆଦିଲ୍ଲୀ: ପୁଣି କୁଟଳୀ ଚୀନର ନୂଆ କାରନାମା ଦେଖିବାକୁ ମିଳିଛି । ପୂର୍ବରୁ ବେଆଇନ ଭାବେ ଅନ୍ୟର ସୀମାକୁ ମାଡ଼ି ବସିବା ଚକ୍ରାନ୍ତରେ ଲିପ୍ତ ରହିଥିବା ବେଳେ ଏବେ ଭାରତୀୟ ନାଗରିକଙ୍କୁ ଅପହରଣ କରିବାର ନୂଆ ନାଟକ ଚଳାଇଛି । ଗତକାଲି ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନାବାଳକ ମିରାମ ତାରୋନଙ୍କୁ ଲୁଙ୍ଗଟା ଅଞ୍ଚଳରୁ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କିଡନାପ କରିନେଇଥିଲା । ଉକ୍ତ ନାବାଳକର ଘର ଅପର ସିଆଙ୍ଗ ଜିଲ୍ଲାରେ ବୋଲି ସାଂସଦ ଟାପିର ଗାଓ ସୂଚନା ଦେଇଥିଲେ ।

ତେବେ ଏହି ଅପହରଣ ପରେ ଭାରତ ପକ୍ଷରୁ ମିରାମଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଭାରତୀୟ ଯବାନମାନେ ଏହି ଖବର ପାଇବା ପରେ ପିଏଲଏ ସହିତ ସମ୍ପର୍କ କରିଥିଲେ । ଜଡ଼ିବୁଟି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ମିରାମ ରାସ୍ତା ଭୁଲି ଯାଇଥିବା ଜଣାପଡ଼ିଛି । ତେବେ ଏ ବିଷୟରେ କିଛି ଜାଣି ନଥିବା ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନ ପକ୍ଷରୁ କୁହାଯାଇଛି ଯେ, ପିଏଲଏ ସୀମାର ନିୟନ୍ତ୍ରଣ କରିଥାଏ ଓ ଅବାଧ ପ୍ରବେଶ ଉପରେ ରୋକ ଲଗାଇଥାଏ । ସେହିପରି ଚୀନର ବୈଦେଶିକ ମୁଖପାତ୍ର କହିଛନ୍ତି ଯେ, ପିଏଲଏ ଆଇନ ଅନୁଯାୟୀ ସୀମାକୁ ନିୟନ୍ତ୍ରଣ କରିଥାଏ । ମୋତେ ଏ ବିଷୟରେ କିଛି ଜଣା ନାହିଁ । ସୂଚନାଯୋଗ୍ୟ ଯେ, ଭାରତ ଓ ଚୀନ ମଧ୍ୟରେ ଶତ୍ରୁତା ଲାଗି ରହିଥିବାରୁ ଚୀନ ଜାଣିଶୁଣି ଭାରତକୁ ବିଭିନ୍ନ ଉପାୟରେ ଚାପ ପକାଇବାକୁ ଉଦ୍ୟମ କରିଆସୁଛି । ତେଣୁ ଏହି ଅପହରଣ ପଛରେ ଚୀନର କିଛି ଷଡ଼ଯନ୍ତ୍ର ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.