ଟ୍ରମ୍ପଙ୍କ ସାମ୍ନାରେ ହାର୍ ମାନିଲା ଚୀନ! ରେସିପ୍ରୋକାଲ ଟାରିଫ ହଟାଇବାକୁ କଲା ଗୁହାରି

ଚୀନ ବାଣିଜ୍ୟ ମନ୍ତ୍ରାଳୟ କହିଛି ଯେ, ଆମେରିକା ରେସିପ୍ରୋକାଲ ଟାରିଫ ହଟାଇବା ଆବଶ୍ୟକ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ୱାରକୁ ନେଇ ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ ମୁହାଁ ମୁହିଁ ହୋଇଛନ୍ତି। ଚୀନ ପ୍ରଥମେ ଏହାକୁ ନେଇ ତୀବ୍ରତା ପ୍ରକାଶ କରିଥିଲା। କିନ୍ତୁ ଧିରେ ଧିରେ ଏହା କମିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ଚୀନ ବାଣିଜ୍ୟ ମନ୍ତ୍ରାଳୟ ଆମେରିକାକୁ ଅପିଲ କରିଛି ଯେ, ସେ ପାରମ୍ପରିକ ଟାରିଫକୁ ସଂପୂର୍ଣ୍ଣ ଭାବେ ରଦ୍ଧ କରିଦେଉ। ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ, ଆମେ ଆମେରିକାକୁ ନିବେଦନ କରୁଛି ଯେ, ସେ ନିଜ ଭୁଲକୁ ସ୍ୱୀକାର କରିବା ପାଇଁ ପଦକ୍ଷେପ ନେବା ସହ ରେସିପ୍ରୋକାଲ ଟାରିଫକୁ ସଂପୂର୍ଣ୍ଣ ଭାବେ ରଦ୍ଧ କରିବା ଏବଂ ନିଜ ସମ୍ମାନରେ ଭଲ ରାସ୍ତାକୁ ଫେରି ଆସୁ।

ଶନିବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ମାର୍ଟଫୋନ, ଲ୍ୟାପଟପ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ ପାଇଁ ରିହାତି ପାଇଁ ଘୋଷଣା କରିଥିଲେ।