fbpx

ଚୀନକୁ ପାକିସ୍ତାନର ଶକ୍ତ ଝଟକା: bigo ଆପ୍ ବ୍ୟାନ୍, ଟିକଟକ୍ ବନ୍ଦ ପାଇଁ ଯୋଜନା

ଭାରତ, ଆମେରିକା ଓ ବ୍ରିଟେନ୍ ପରେ ଚୀନର ଅତି ନିବିଢ ବନ୍ଧୁ ପାକିସ୍ତାନ ଡ୍ରେଗନକୁ ଶକ୍ତ ଝଟକା ଦେଇଛି । ପାକିସ୍ତାନ ଟେଲିକମ୍ୟୁନିକେସନ ଅର୍ଥରିଟି ବା ପିଟିଏ ଦ୍ୱାରା ଚୀନର ଲାଇଭ୍ ଟ୍ରିମିଙ୍ଗ ଆପ୍ ବିଗୋକୁ ବ୍ୟାନ୍ କରାଯାଇଛି ।

ପିଟିଏରୁ ମିଳିଥିବା ଖବର ମୁତାବକ, ପାକିସ୍ତାନରେ ଟିକ୍ ଟକ୍ ଆପ୍ ବନ୍ଦ ହୋଇପାରେ । ଅଭିଯୋଗ ହେଉଛି କି ଏହି ୨ଟି ଆପ୍ ଦ୍ୱାରା ଦେଶରେ ଅଶ୍ଳୀଳତା ବ୍ୟାପୁଛି, ଯାହାକି ଦେଶ ପାଇଁ କ୍ଷତିକାରକ ହୋଇପାରେ ।

ତେବେ ଗଲୱାନ ଘାଟିରେ ଚୀନ ସୈନିକଙ୍କ ଆକ୍ରମଣ ପରେ ଭାରତରେ ଟିକଟକ ସମେତ ୫୯ ଚାଇନିଜ ଆପ ଉପରେ ବ୍ୟାନ୍ ଲଗାଯାଇଥିଲା । ଏହା ପରେ ପାକିସ୍ତାନରେ ଏହାକୁ ନେଇ ଦାବି ଉଠିଥିଲା । ପିଟିଏ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଚୀନ୍ ଆପ ଦ୍ୱାରା ଦେଶରେ ଅନୈତିକତା ଓ ଅଶ୍ଳୀଳତା ବ୍ୟାପିବାରେ ଲାଗିଛି ।

Get real time updates directly on you device, subscribe now.