CHARIDHAM

କରୋନା ପାଇଁ ସପିଂମଲରୁ ତଡାଖାଇଲେ ଚାଇନିଜ କପଲ

ଭୁବନେଶ୍ୱର, ୧ ୭ ।୪(ଓଡ଼ିଶା ଭାସ୍କର): ମହାମାରୀକରୋନା ପାଇଁ ଚୀନ ଏବେ ସାରାବିଶ୍ୱରେ ନିନ୍ଦିତ ।ଉହାନରୁ ସୃଷ୍ଟି କରେନାର ପ୍ରାଥମିକ ତଥ୍ୟ ଲୁଚାଇଥିବା ଚୀନ ଉପରେ ଅଭିଯୋଗ । ସାରା ବିଶ୍ୱକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡୁଛି ।ଚୀନ ସରକାର ଯେତିକି ନିନ୍ଦିତ ହେଉଛନ୍ତି ଚୀନ ନାଗରିକଙ୍କୁ ମଧ୍ୟ ଲୋକେ ସେତିକି ଘୃଣାଚକ୍ଷୁରେ ଦେଖୁଛନ୍ତି ।ଖାସ ଏଥିପାଇଁ ହଟହଟା ହେଉଛନ୍ତି ଚୀନ ନାଗରିକ ।ଅଷ୍ଟ୍ରେଲିଆର ଏକ ସପିଂ ମଲରେ ସପିଂ କରୁଥିବା ସମୟରେ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ପ୍ରଥମେ ଜଣେ ବୃଦ୍ଧ କପଲଙ୍କୁ ଆକ୍ଷେପ କରି କହିଥିଲେ । କିନ୍ତୁ ଚୀନ ନାଗରିକ ଜଣକ ପ୍ରତିବାଦ କରିବାରୁ ଅନ୍ୟ ଲୋକମାନେ ବି ତାଙ୍କୁ ଘେରିଯାଇଥିଲେ ।ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷା କର୍ମୀ ସେଠାରେ ପଂହଚି ଚୀନ ନାଗରିକ ଓ ତାଙ୍କ ପ୍ରେମିକାଙ୍କୁ ମଲରୁ ତଡି ଦେଇଥିଲେ ।