fbpx

ନୋକିଆ ସହିତ ପଙ୍ଗା ନେବା ଚାଇନା କମ୍ପାନୀକୁ ପଡିଲା ଭାରି, ଜାଣନ୍ତୁ ଏହାର କାରଣ

Advertisement

ନୁଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଏବଂ ୱାନପ୍ଲସ୍‌କୁ ଲାଗିଛି ବଡ଼ ଝଟକା। ନୋକିଆ ସହିତ ପଙ୍ଗା ନେବା ଏହି ଦୁଇ କମ୍ପାନୀକୁ ଭାରି ପଡିଛି। ଏକ ରିପୋର୍ଟ ମୁତାବକ ମାନହାଇମ ରିଜିଓନାଲ କୋର୍ଟ ପେଟେଣ୍ଟ ବିବାଦରେ ନିଷ୍ପତ୍ତି ନିକିଆ ସପକ୍ଷରେ ଦେଇଛନ୍ତି।

ନୋକିଆ ପକ୍ଷରୁ ଦାୟର ହୋଇଥିବା ମାମଲା ମୁତାବକ ନୋକିଆ ଦ୍ୱାରା ଦାଖଲ ହୋଇଥିବା ମାମଲାରେ କମ୍ପାନୀ ଓପୋ ଏବଂ ୱାନପ୍ଲସକୁ ପେଟେଣ୍ଟ ଉଲ୍ଲଂଘନ କରିଥିବା ଅଭିଯୋଗରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏହାପୂର୍ବରୁ ନୋକିଆ ଏହି ଚାଇନିଜ୍ କମ୍ପାନୀଗୁଡିକ ସହିତ ସମାଧାନ ପାଇଁ ଚାହୁଁଥିଲା, କିନ୍ତୁ ବିଫଳ ହେବା ପରେ ଓପୋ ଗତ ବର୍ଷ ଚାରୋଟି ଭିନ୍ନ ଦେଶରେ ମାମଲା ଦାୟର ହୋଇଥିଲା।

ରିପୋର୍ଟ ଅନୁଯାୟି କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଓପୋ ଏବଂ ୱାନପ୍ଲସ୍ ନିଜର ଉତ୍ପାଦ ଜର୍ମାନୀରେ ବିକ୍ରି କରିପାରିବେ ନାହିଁ । ତଥାପି, ଏହା ଏକ ସ୍ଥାୟୀ ପ୍ରତିବନ୍ଧକ ନୁହେଁ। ଓପୋ ବିରୋଧରେ ଏକ ପେଟେଣ୍ଟ ବିବାଦରେ ନୋକିଆ ଏହାର ପ୍ରଥମ ବିଜୟ ହାସଲ କରିଛି।

ଏହି ପେଟେଣ୍ଟ ବିଷୟରେ କୁହାଯାଇଛି ଯେ ଏହା ହେଉଛି ଏକ ଟେକ୍ନୋଲୋଜି ଯାହା ୱାଇଫାଇ ସଂଯୋଗକୁ ଠକେଇରୁ ରକ୍ଷା କରିଥାଏ। ୨୦୨୧ ମସିହାରେ ନୋକିଆ ଏସିଆ ଏବଂ ୟୁରୋପର ଅନେକ ଦେଶରେ ଓପୋ ବିରୋଧରେ ପେଟେଣ୍ଟ ଉଲ୍ଲଂଘନ ମାମଲା ଦାୟର କରିଥିଲା। ଏଥିରେ ଭାରତ, ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ ଓପୋ ସମ୍ବନ୍ଧରେ ନୋକିଆ କହିଛି ଯେ ଏହାର ପେଟେଣ୍ଟେଡ୍ ଟେକ୍ନୋଲୋଜି କମ୍ପାନୀ ଦ୍ୱାରା ବୈଧ ଲାଇସେନ୍ସ ବିନା ବ୍ୟବହାର କରାଯାଇଥିଲା।

ନୋକିଆମୋବଙ୍କ ରିପୋର୍ଟ ଅନୁଯାୟୀ, ନୋକିଆ ଏହି ମାମଲାରେ କହିଛି ଯେ ଏହାର ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ପ୍ରସ୍ତାବକୁ ଓପୋ ପ୍ରତ୍ୟାଖ୍ୟାନ କରିଛି। ଯାହା ପରେ ତାଙ୍କୁ କୋର୍ଟକୁ ଯିବାର ଏକମାତ୍ର ଉପାୟ ଛାଡି ଦିଆଯାଇଥିଲା।

Get real time updates directly on you device, subscribe now.