fbpx

କେଉଁଆଡେ ଗାଏବ ହୋଇଯାଇଛନ୍ତି ଏହି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ସଭାରୁ ଟାଣି ଆଣି କାଢି ଦିଆଯାଇଥିଲା

Advertisement

ନୂଆଦିଲ୍ଲୀ:ପଡୋଶୀ ଦେଶ ଚୀନରେ ଏବେ କିଛି ଠିକ୍ ଠାକ୍ ଚାଲୁ ନାହିଁ । ଦେଶରେ ବେକାରୀ ସଂଖ୍ୟା ବଢୁଥିବା ବେଳେ ଆର୍ଥିକ ସଂକଟର ଆଶଙ୍କା ବି ବଢିଯାଇଛି । ଏହାରି ମଧ୍ୟରେ ପାକିସ୍ତାନର ରାଜନୀତି ବି ଉଠୁଛି ପଡୁଛି । ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ ନିଖୋଜ ହେବା ପରେ ଏବେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ ୨ ସପ୍ତାହ ଧରି ଗାଏବ ହୋଇଯାଇଛନ୍ତି । ଆମେରିକାର ଜଣେ ଶୀର୍ଷ ରାଜନୀତି ସମୀକ୍ଷକ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତାଙ୍କ ପଦରୁ ଅପମାନଜନକ ଭାବରେ ହଟାଇ ଦିଆଯାଇଛି ।

ପ୍ରାୟ ୨ ସପ୍ତାହ ହେବ ଜେନେରାଲ ଲି’ କୌଣସି ସାର୍ବଜନିକ ସଭାରେ ଦେଖାଯାଇନାହାନ୍ତି । ଏହା ବ୍ୟତିତ ସେ ନିଜ ମନ୍ତ୍ରଣାଳୟର ବୈଠକରେ ବି ଉପସ୍ଥିତ ରହୁ ନାହାନ୍ତି । ୨୯ ଅଗଷ୍ଟରେ ତାଙ୍କୁ ଶେଷ ଥର ଲାଗି ଦେଖିବାକୁ ମିଳିଥିଲା । ଜାପାନରେ ଥିବା ଆମେରିକା ରାଷ୍ଟ୍ରଦୂତ ରେହମ ଇମାନୁଏଲ୍ କହିଛନ୍ତି, ଲି’ ଙ୍କ ଅନୁପସ୍ଥିତିକୁ ନେଇ ଅନୁମାନ ଲଗାଇ ଟ୍ୱିଟ୍ କରି କହିଛନ୍ତି, ଚୀନ଼୍୍ରେ ବେକାରୀ ସଂଖ୍ୟା ବହୁତ ବଢିଯାଇଛି । ଲି’ଙ୍କର ଅଚାନକ ନିଖୋଜ ହେବା କୌଣସି ଶୀର୍ଷ ସେନା ଅଧିକାରୀଙ୍କ ବରଖାସ୍ତ ପରର ପଦକ୍ଷେପକୁ ସୂଚାଉଛି ।

ଅନ୍ୟପକ୍ଷରେ ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ ଶୁକ୍ରବାର କହିଛି ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ବିବିସିର ରିପୋର୍ଟ ଅନୁଯାୟୀ ଗାଏବ ହେବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଲି’ଙ୍କୁ ଏକ ବୈଠକରୁ ଜବରଦସ୍ତ ଟାଣି ଆଣି କାଢି ଦିଆଯାଇଥିଲା । ଏହି ସମୟରେ ସେ ଭିଏତନାମ ପ୍ରତିରକ୍ଷା ମନ୍ତ୍ରଣାଳୟର ନେତାମାନଙ୍କ ସହ ବୈଠକ କରୁଥିଲେ । ସେତେବେଳେ ଭିଏତନାମ ନେତାଙ୍କୁ କୁହାଯାଇଥିଲା କି ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜବରଦସ୍ତ ମିଟିଂରୁ କାଢି ଦିଆଯାଇ ବିଶ୍ରାମ ନେବାକୁ କୁହାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିଦେଶ ମନ୍ତ୍ରୀ କିନଙ୍କ ପରି ପ୍ରତିରକ୍ଷା ମନ୍ତ୍ରୀ ଲି’ ବି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କର ବହୁତ ନିକଟତର ଥିଲେ ।

Get real time updates directly on you device, subscribe now.