ରେଷ୍ଟୁରାଣ୍ଟରେ ପରସା ଗଲା ହାତୀ ମଳରେ ପ୍ରସ୍ତୁତ ଖିରୀ, ୫୦ ହଜାର ପର୍ଯ୍ୟନ୍ତ ଆସିଲା ବିଲ୍‌

ହାତୀର ଗୋବରରୁ ତିଆରି ହେଲା ଖିରୀ, ଆକୁ ଖାଇବାକୁ ଲୋକଙ୍କର ଜମିଲା ଭିଡ଼

ନୂଆଦିଲ୍ଲୀ: ଚୀନର ଲୋକେ ଅଜବ ଖାଦ୍ୟକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଏଠାରୁ ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହାତୀ ମଳରେ ପ୍ରସ୍ତୁତ ଖିରୀକୁ ଏକ ରେଷ୍ଟୁରାଣ୍ଟରେ ପରସା ଯାଇଛି। ଏହି ରେଷ୍ଟୁରାଣ୍ଟର ନାମ ବର୍ଷାୱନ, ଏହାକୁ ଚୀନ ଏବଂ ଫ୍ରାନ୍ସର ଲୋକେ ମିଶି ଚଳାଉଛନ୍ତି।

ଚୀନରେ ହାତୀମାନଙ୍କ ଗୋବର ଅର୍ଥାତ ମଳରୁ ପ୍ରସ୍ତୁତ ହୋଇଥିବା ଖିରୀ ଖାଇବାକୁ ନେଇ ଝଗଡ଼ା ଲାଗିଯାଇଛି। ଲୋକଙ୍କ କହିବାନୁଯାୟୀ, ଏହି ଖାଦ୍ୟର ନିୟମରେ ବିପରୀତ ଅଛି।

ଚୀନ ମିଡିଆର କହିବାନୁଯାୟୀ, ଏହି ରେଷ୍ଟୁରାଣ୍ଟ ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲୋକେ ଏଠାରେ ହାତୀ ଗୋବରରେ ପ୍ରସ୍ତୁତ ଖିରୀକୁ ଖାଇବା ଲାଗି ଲାଇନ ଲଗାଇଛନ୍ତି।

ଖବର ମୁତାବକ, ଏହି ରେଷ୍ଟୁରାଣ୍ଟର ଆରମ୍ଭ ଚୀନର ଜଣେ ବ୍ଲାଙ୍ଗ ଜାତିର ବ୍ୟକ୍ତି କରିଛନ୍ତି। ଏହି ରେଷ୍ଟୁରାଣ୍ଟରେ ହାତୀ ମଳରେ ପ୍ରସ୍ତୁତ ଖିରୀ ସହ ୧୪ଟି ବ୍ୟଞ୍ଜନକୁ ପରସା ଯାଉଛି।

ରିପୋର୍ଟ ମୁତାବକ ଗୋଟିଏ ଥାଳିର ମୂଲ୍ୟ ୫୦ ହଜାର ପାଖାପାଖି। ଲୋକେ ଏଠାରେ ନିଜ ପୁରା ପରିବାର ସହ ଖାଇବାକୁ ଆସୁଛନ୍ତି। ଅଧିିକାଂଶ ଧନୀ ଲୋକେ ଏଠାକୁ ଏହି ଖାଦ୍ୟ ଖାଇବାକୁ ଆସୁଛନ୍ତି।