fbpx

ଚିପ୍ସ ଖାଇବା ଚ୍ୟାଲେଞ୍ଜ ପାଲଟିଲା ମୃତ୍ୟୁର କାରଣ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ଏଭଳି ଖୁଲାସା

Advertisement

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ଯୁଗ । ସୋସିଆଲ ମିଡିଆ ଯେତିକି ଭଲ ସେତିକି ଖରାପ । ଏହା ଆମ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି ଅଜବ ଗଜବ ରିଲ୍ସ ଏବଂ ଭିଡିଓ କରି ଲୋକମାନେ ଭାଇରାଲ ହୋଇଥାନ୍ତି । ନିକଟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣ ଚକିତ ହୋଇଯିବେ ।

ଏକ ରିପୋର୍ଟରୁ ପ୍ରକାଶ ଆମେରିକା ସ୍ଥିତ ମୈସାଚୁସେଟ୍ସରେ ରହୁଥିବା ଜଣେ ୧୪ ବର୍ଷୀୟ ବାଳକ ସୋସିଆଲ ମିଡିଆରେ ଏକ ଚିପ୍ସ ଖାଇବା ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ । ଅଧିକା ମସଲା ଯୁକ୍ତ ଚିପ୍ସ ଖାଇଥିବାରୁ ବାଳକର ମୃତ୍ୟୁ ହୋଇଥିଲା । ତାଙ୍କ ନାଁ ହେଉଛି ହାରିସ୍ ବୋଲୋବା । ସେ ୧୦ ଶ୍ରେଣୀର ଛାତ୍ର ଥିଲେ । ୨୦୨୩ ମସିହା ସେପ୍ଟେମ୍ବର ୧ରେ ହାରିସଙ୍କ ମୃତ୍ୟୁ ହୋଇଥିଲା । ତେବେ ସେ ‘Paqui’ ନାମକ ଚିପ୍ସ ସେବନ କରିଥିଲେ । ଏହି ଚିପ୍ସ କମ୍ପାନୀ ‘ୱାନ୍ ଚିପ୍ ଚ୍ୟାଲେଞ୍ଜ’ ଆରମ୍ଭ କରିଥିଲା । ନିକଟରେ ହାରିସଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଛି । ମୁଖ୍ୟ ମେଡିକାଲ ଏକ୍ଜାମିନର ଅଫିସ୍ ଦ୍ୱାରା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକାଶ ଯେ ‘ଉଚ୍ଚ କ୍ୟାପସାଇସିନ୍’ କନସେଣ୍ଟ୍ରେସନ୍ ଥିବା ଖାଦ୍ୟ ସେବନ କରିବା ଦ୍ୱାରା ତାଙ୍କୁ କାର୍ଡ଼ିଓପଲ୍ମନାରୀ ଆଟାକ୍ ହୋଇଥିଲା । ସେ ଖାଇଥିବା ମସଲାଯୁକ୍ତ ଚିପ୍ସରେ ଅଧିକ ମାତ୍ରାରେ ଲଙ୍କା ମିଶ୍ରିତ ଥିଲା । କ୍ୟାପସାଇସିନ୍ ଲଙ୍କାକୁ ଅଧିକ ରାଗ କରିଥାଏ । ଏହାର ସେବନ ଦ୍ୱାରା ଶରୀରରେ ରକ୍ତ ସଂଚାଳନ ପ୍ରଭାବିତ ହେବା ସହ ହୃଦସ୍ପନ୍ଦନ ବୃଦ୍ଧି ହୋଇଥାଏ । ଅପରପକ୍ଷରେ ହାରିସଙ୍କୁ ହୃଦରୋଗ ଥିବା ସନେ୍ଦହ କରାଯାଉଛି । ଚିପ୍ସ ଖାଇବା ଦ୍ୱାରା ଲଙ୍କାଗୁଣ୍ଡରେ ଥିବା ରାସାୟନିକ ପଦାର୍ଥର ପାଶ୍ୱର୍ପ୍ରତିକ୍ରିୟା ପ୍ରତି ସେ ଅଧିକ ସମ୍ବେଦନଶୀଳ ହୋଇଯାଇଥିଲେ । ଏହି ଘଟଣା ପରେ ଅନ୍ୟ ଲୋକମାନେ ମଧ୍ୟ ରାଗ ଚିପ୍ସକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.