fbpx

୧୧ ଜଣିଆ ଟିମରେ ସ୍ଥାନ ନପାଇ ବାହାରେ ବସିଲେ ରୋନାଲଡୋ, ଏହାପରେ ପଡ଼ିଆରେ କ୍ରୋଧରେ…

ନୂଆଦିଲ୍ଲୀ: ଗତ ଶନିବାର ମାଞ୍ଚେଷ୍ଟର ୟୁନାଇଟେଡ ଓ ଏଭର୍ଟନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଇଂଲିଶ ପ୍ରିମିୟର ଲିଗ ଡ୍ରରେ ସମାପ୍ତ ହୋଇଥିଲା । ଦୁଇ ଟିମ ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ତେବେ ଏହି ମ୍ୟାଚ ସମୟରେ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲେଡୋଙ୍କୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ପ୍ଲେଇଂ ୧୧ରେ ରୋନାଲଡୋଙ୍କୁ ସ୍ଥାନ ମିଳିନଥିଲା । ତେଣୁ ସେ ପଡ଼ିଆରେ ବାହାରେ ବେଞ୍ଚରେ ବସିଥିଲେ । ଅବଶ୍ୟ ପରେ ତାଙ୍କୁ ରିପ୍ଲେସ କରାଯାଇଥିଲା, ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଥିଲା । ଯାହାର କ୍ରୋଧ ପଡ଼ିଆରେ ଦେଖାଇଥିଲେ ଫୁଟବଲର ଏହି ସୁପରଷ୍ଟାର ।

ମ୍ୟାଚରେ ମାଞ୍ଚେଷ୍ଟର ୟୁନାଇଟେଡ ପକ୍ଷରୁ ଆନ୍ଥୋନି ମାର୍ଶିଆଲ ୪୩ ମିନିଟରେ ପ୍ରଥମ ଗୋଲ କରିଥିଲେ । ମାତ୍ର ୬୫ ମିନିଟରେ ଏଭର୍ଟନ ପକ୍ଷରୁ ଆଣ୍ଡ୍ରୋସ ଟାଉନସେଣ୍ଡ ଗୋଲ ଦେବା ଫଳରେ ମ୍ୟାଚ ୧-୧ରେ ବରାବର ସ୍ଥିତିରେ ରହିଥିଲା । ଚଳିତ ବର୍ଷ ରୋନାଲଡୋ ମାଞ୍ଚେଷ୍ଟର ୟୁନାଇଟେଡକୁ ଫେରିଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କୁ ବେଞ୍ଚରେ ବସାଯାଇଥିଲା । ଏହି ଘଟଣାକୁ ନେଇ ଆଲୋଚନା ହେବାରୁ ଠିକ୍ ନିଷ୍ପତ୍ତି ନିଆଯାଇଛି ବୋଲି ମାଞ୍ଚେଷ୍ଟରର ମ୍ୟାନେଜର ଓଲେ ଗୁନର ସୋଲସକଜାଏର କହିଥିଲେ । ଗୋଟିଏ ମ୍ୟାଚ ପାଇଁ ନୁହେଁ, ପୂରା ସିଜିନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି, ତେଣୁ ରୋନାଲଡୋଙ୍କୁ ଆଗାମୀ ମ୍ୟାଚକୁ ଦୃଷ୍ଟିରେ ରଖି ବିଶ୍ରାମ ଦିଆଯାଇଥିଲା ବୋଲି ସେ କହିଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ରୋନାଲଡୋ ପଡ଼ିଆକୁ ଓହ୍ଲାଇଥିଲେ ହେଁ ମ୍ୟାଚର ଫଳାଫଳ ଡ୍ରରେ ଶେଷ ହୋଇଥିଲା । ଏହାପରେ ରାଗରେ ସେ ଟିମର ଟନଲକୁ ଯାଉଥିବା ଭିଡିଓ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.