ଅମାନବୀୟ କାଣ୍ଡ: ଯୁବକଙ୍କୁ ଅପହରଣ କରି ବେହୋସ ହେବା ଯାଏଁ ପିଟିଲେ, ପରିସ୍ରା ପିଆଇଲେ, ଶେଷରେ ଫାଶୀରେ…
ରାଜସ୍ଥାନର ଚୁରୁର ସର୍ଦ୍ଦାରଶହରରେ ଜଣେ ଯୁବକଙ୍କୁ ଅପହରଣ ଏବଂ ଆକ୍ରମଣର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ଅପହରଣ ପରେ ମିର୍ଧୁମ ମାଡ଼, ପରିସ୍ରା ପିଆଇଲେ, ଶେଷରେ ଫାଶୀରେ...
ରାଜସ୍ଥାନ: ମାନବିକତାର ସବୁ ସୀମା ପାର । ରାଜସ୍ଥାନର ଚୁରୁର ସର୍ଦ୍ଦାରଶହରରେ ଜଣେ ଯୁବକଙ୍କୁ ଅପହରଣ ଏବଂ ଆକ୍ରମଣର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଡେରାଜସର ଗାଁର ଏହି ଘଟଣା ଅଗଷ୍ଟ 19 ତାରିଖରେ ଘଟିଥିବା କୁହାଯାଉଛି। ଗୁରୁବାର ଦିନ ଏହି ଘଟଣା ସହିତ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
ରତନଗଡ଼ ଥାନା ଅଧିକାରୀ ଦିଲୀପ ସିଂହ କହିଛନ୍ତି ଯେ, ପୀଡିତ ଦିଲୀପ କୁମାର (27) ଏକ ମାମଲା ରୁଜ୍ଜୁ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ତାଙ୍କୁ ପ୍ରଥମେ ରତନଗଡ଼ରୁ ଏକ ବାଇକ୍ ଯୋଗେ ରାଣାସର ବିକାନକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏକ କାରରେ ଡେରାଜସର କ୍ଷେତକୁ ନିଆଯାଇଥିଲା, ଯେଉଁଠାରେ ପୂର୍ବରୁ ଉପସ୍ଥିତ ଯୁବକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ଅଚେତ ହେବା ପର୍ଯ୍ୟନ୍ତ ମାଡ଼ ମରାଯାଇଥିଲା, ପରିସ୍ରା ପିଇବାକୁ ଦିଆଯାଇଥିଲା
ଆକ୍ରମଣକାରୀମାନେ ବାଡ଼ି ଏବଂ ରଡରେ ଲଗାତାର ଆକ୍ରମଣ କରିଚାଲିଲେ, ଯାହା ଫଳରେ ଦିଲୀପ ଚେତାଶୂନ୍ୟ ହୋଇଗଲେ। ତେବେ ରୁଜୁ ହୋଇଥିବା ମାମଲାରେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ଫାଶୀ ଦେବାକୁ ଚେଷ୍ଟା କରିବା ଏବଂ ପରିସ୍ରା ପିଆଇବା ଭଳି ଗୁରୁତର ଅଭିଯୋଗ କରାଯାଇଛି।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସର୍ଦ୍ଦାରଶହର ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚୁରୁ ହସ୍ପିଟାଲକୁ ରେଫର କରାଯାଇଥିଲା, ଯେଉଁଠାରେ ସେ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଚଢାଉ କରିଥିଲା, କିନ୍ତୁ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଭାଇରାଲ ଭିଡିଓ ଏବଂ ପୀଡିତଙ୍କ ବୟାନ ଆଧାରରେ, ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ତେବେ ଆକ୍ରାମଣକାରୀମାନେ କାହିଁକି ଏଭଳି କାଣ୍ଡ ଭିଆଇଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।