fbpx

CISF ହେଡ କନଷ୍ଟେବଲ ନିଯୁକ୍ତି, ଦ୍ୱାଦଶ ପାସ କରିଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ

ସେଣ୍ଟ୍ରାଲ୍ ଇଣ୍ଟଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ସିଆଇଏଫରେ ୨୪୯ ହେଡ୍ କନଷ୍ଟେବଳ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ସ୍ପୋର୍ଟ୍ସ କୋଟା ଅନୁଯାୟୀ ଏହି ଆବେଦନ ଗ୍ରହଣ କରାଯାଉଛି । ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ଦ୍ୱାଦଶ ପାସ୍ କରିଥିବା ଆଶାୟୀମାନେ ଏହି ପଦରେ ଆବେଦନ କରିପାରିବେ । ଏହା ଛଡ଼ା ଆଶାୟୀ ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତାରେ ୨୦୧୯ରୁ ୨୦୨୨ ମଧ୍ୟରେ ଭାଗ ନେଇଥିବା ଆବଶ୍ୟକ । ପଦରେ ଆବେଦନ କରିବା ପାଇଁ ୧୮ ରୁ ୨୩ ବର୍ଷ ଆୟୁସୀମା ହୋଇଥିବା ଆବଶ୍ୟକ । ସଂରକ୍ଷଣ ବର୍ଗ ପାଇଁ ଛାଡ଼ ରହିଛି ।

ସିଆଇଏସଏଫ ହେଡ କନଷ୍ଟେବଲ ପଦରେ ପିଏସଟି, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରାଏଲ ଟେଷ୍ଟ ଏବଂ ପ୍ରୋଫିସିଏନ୍ସୀ ଟେଷ୍ଟ ମାଧ୍ୟମରେ କରାଯିବ ।

Get real time updates directly on you device, subscribe now.