fbpx

ପୋଲିସ ସହିତ ଇମ୍ରାନ ସମର୍ଥକଙ୍କ ସଂଘର୍ଷ, ପଥରମାଡରେ 7 ମୃତ

clash between police and pti workers in pakistan many people injured

ପାକିସ୍ତାନ: ପାକିସ୍ତାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଇସଲାମ ବାଦରେ ପୋଲିସ ଏବଂ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ତେବେ ଉଭୟଙ୍କ ମଧ୍ୟରେ ପଥରମାଡ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ଘଟଣାକୁ ଆୟତ୍ତ କରିବା ପାଇଁ ପୋଲିସ ଲୁହାବୁହା ଗ୍ୟାସର ପ୍ରୟୋଗ କରିଛି । ତେବେ ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା 7ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ରାଲିରେ ଆସିଥିବା ଲୋକଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଫଳରେ 7ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହା ପୂର୍ବରୁ ପଥରମାଡ ହୋଇଥିଲା । ଏଥିରେ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ 8ଜଣ ଗୁରୁତର ହୋଇଥିଲେ । ତେବେ ମାମଲା ଗମ୍ଭୀର ରହିଥିବା କାରଣରୁ ଶାହବାଜ ସରିଫ ସରକାର ଇସଲାମବାଦ ରାସ୍ତାକୁ ବନ୍ଦ କରିଦେଇଛନ୍ତି ।

କଣ ରହିଥିଲା ଘଟଣା- ଆଜି ଇସଲାମବାଦରେ ପିଟିଆଇ କାର୍ଯ୍ୟକର୍ତ୍ତା ଏକ ରାଲିର ଆୟୋଜନ କରିଥିଲେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କିଛି ସମୟ ଦିଆଯାଇଥିଲା । ତେବେ ସମୟ ଶେଷ ହେବା ପରେ ପୋଲିସ ରାଲି ବନ୍ଦ କରିବାକୁ କହିବାରୁ ପିଟିଆଇ ସମର୍ଥକ ଉତ୍ୟକ୍ତ ହୋଇପଡିଥିଲେ । ଏହାପରେ ସେମାନେ ପଥରମାଡ କରିଥିଲେ ।

Get real time updates directly on you device, subscribe now.