ମୋବାଇଲକୁ ଚାର୍ଜିଂରେ ରଖି ଅନଲାଇନ୍ କ୍ଲାସ୍ କରୁଥିଲେ ଛାତ୍ର; ହଠାତ୍ ଫାଟିଗଲା ବ୍ୟାଟେରୀ, ଲହୁଲୁହାଣ ହୋଇଗଲା ମୁହଁ

ଭୋପାଳ: କୋଭିଡ୍ ମହାମାରୀ ଆରମ୍ଭ ହେବାପରଠାରୁ ପିଲାମାନଙ୍କର ଅନଲାଇନ୍ ରେ କ୍ଲାସ୍ କରାଯାଉଛି । ଏହି କ୍ରମରେ ଗୋଟିଏ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ମୋବାଇଲ୍ ଫୋନ୍ କୁ ଚାର୍ଜିଂରେ ରଖି ଅନଲାଇନ୍ କ୍ଲାସ୍ କରୁଥିଲେ । ଏହି ସମୟରେ ବ୍ୟାଟେରୀ ବ୍ଲାଷ୍ଟ ହୋଇ ଛାତ୍ରଙ୍କ ମୁହଁ ଗୁରୁତର ଭାବରେ ବିଗିଡ଼ି ଯାଇଛି । ଗୁରୁତର ଅବସ୍ଥାରେ ତାକୁ ସତନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଥିତି ଗମ୍ଭୀର ହେବାରୁ ଜବଲପୁର ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ୧୫ ବର୍ଷିୟ ରାମପ୍ରକାଶ ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । ଗୁରୁବାର ଦିନ ଖରାବେଳେ ରାମପ୍ରକାଶ ଅନଲାଇନ୍ କ୍ଲାସ୍ କରୁଥିଲେ । ଏହି ସମୟରେ ସେ ମୋବାଇଲ୍ ଫୋନ୍ କୁ ଚାର୍ଜ ବସାଇଥିଲେ । ଅଧିକ ସମୟ ଚାର୍ଜ ବସାଇ ଅନଲାଇନ୍ କରୁଥିବା ବେଳେ ଫୋନ୍ ଟି ବ୍ଲାଷ୍ଟ ହୋଇଯାଇଥିଲା । ଯାହାଫଳରେ ଛାତ୍ରଙ୍କ ମୁହଁ ଓ ନାକ ଲହୁଲୁହାଣ ହୋଇଯାଇଥିଲା । ଘଟଣା ଘଟିବା ପରେ ତୁରନ୍ତ ରାମପ୍ରକାଶକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହେବାରୁ ଜବଲପୁରକୁ ସ୍ଥାନାନ୍ତରଣ କରାଯାଇଥିଲା ।