କୋଭାକ୍ସିନ ବୁଷ୍ଟର୍ ଡୋଜ୍ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ; ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏମ୍ସ ଠାରେ ସୋମବାର କୋଭିଡ-୧୯ ଟୀକା କୋଭାକ୍ସିନର ତୃତୀୟ ବୁଷ୍ଟର୍ ଡୋଜର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି । ୧୯୦ ଟି ଅଂଶଗ୍ରହଣକାରୀଙ୍କ ଉପରେ ଏହି ପରୀକ୍ଷା କରାଯିବ ଯେଉଁମାନେ ସମୂହ ଟୀକାକରଣ ପୂର୍ବରୁ ହୋଇଥିବା ୨ୟ ପର୍ଯ୍ୟାୟ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ ।

ବୁଷ୍ଟର୍ ଡୋଜର ଅର୍ଥ ହେଉଛି ପ୍ରାଥମିକ ଟୀକାକରଣ ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା । ଯଦି ଆପଣ ଅନୁଭବ କରନ୍ତି ଯେ ମାସ କିମ୍ବା ୮ ମାସ କିମ୍ବା ଏକ ବର୍ଷ ପରେ ମଧ୍ୟ ଆପଣଙ୍କ ରୋଗପ୍ରତିରକ୍ଷା ପ୍ରତିକ୍ରିୟା ହ୍ରାସ ପାଉଛି ଏବଂ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ତେବେ ଏହି ବୁଷ୍ଟର ଡୋଜ ନିଆଯାଇପାରେ । ତେବେ ଏହା କାମ କରିପାରେ କିମ୍ବା ନକରିପାରେ ।” ଏନେଇ ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ଏମ୍ସଠାରେ ହେଉଥିବା କୋଭାକ୍ସିନ୍ ପରୀକ୍ଷଣର ମୁଖ୍ୟ ଅନୁସନ୍ଧାନକାରୀ ଡ. ସଞ୍ଜୟ ରାୟ ।

୧୮ ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀଙ୍କୁ ନେଇ ଦେଶର ନଅଟି ସ୍ଥାନରେ ଏହି ବୁଷ୍ଟର ଡୋଜ ଦିଆଯିବ  । ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ନିରାପତ୍ତା ଦୃଷ୍ଟିରୁ ୬ ମାସ ପାଇଁ ପର୍ଯ୍ୟବେକ୍ଷଣରେ ରଖାଯିବ । ଭାରତ ବାୟୋଟେକ୍ ଉତ୍ପାଦିତ କୋଭାକ୍ସିନର ପ୍ରାୟ ୨.୦୭ କୋଟି ଡୋଜ ଜାନୁଆରୀ ୧୬ ଠାରୁ ଭାରତରେ ଟୀକାକରଣରେ ବ୍ୟବହୃତ ହେଉଛି।