fbpx

ମନାଲି ନିକଟରେ ବାଦଲ ଫାଟିବାରୁ ପ୍ରଳୟ, ଦେଖନ୍ତୁ ‘ପଥର ବନ୍ୟା’ର ଭୟଙ୍କର Video

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ମନାଲି ନିକଟରେ ବାଦଲ ଫାଟିବାରୁ ବ୍ୟାପକ ବିପର୍ଯ୍ୟୟ ହୋଇଛି । ମନାଲି-ଲେହ ରାଜପଥରେ ଅବସ୍ଥିତ ପାଲଚାନ ନିକଟରେ ଥିବା ଅଞ୍ଜାନି ମହାଦେବ ନାଲା ମଧ୍ୟରାତ୍ରିରେ ବାଦଲ ଫାଟିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରାସ୍ତାକୁ କ୍ଷତି ପହଞ୍ଚାଇ ପାଲଚାନ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେବାକୁ ଲାଗିଛି । କେବଳ ଏତିକି ନୁହେଁ, ବ୍ରିଜ ଉପରେ ବଡ଼ ବଡ଼ ପଥର ଓ ଆବର୍ଜନା ଜମା ହୋଇଛି । ବ୍ରିଜର ଉଭୟ ପାର୍ଶ୍ୱରେ ଯାନବାହାନ ଧାଡି ଧାଡି ହୋଇ ଠିଆହୋଇଥିବା ଦେଖିବାକୁ ମିଳିଛି । ଏହି କାରଣରୁ ମନାଲି-ଲେହ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି ।

ପୋଲିସ ଏବଂ ପ୍ରଶାସନ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ବାଦଲ ଫାଟିଯିବା କାରଣରୁ ଦୁଇଟି ଘର, ଏକ ବ୍ରିଜ୍ ଏବଂ ବିଦ୍ୟୁତ୍ ପ୍ରକଳ୍ପ ନଷ୍ଟ ହୋଇଯାଇଛି । ତେବେ ମୃତାହତର ଖବର ଆସିନାହିଁ । ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାରେ ଜିଲ୍ଲା ପ୍ରଶାସନ ବ୍ୟସ୍ତ ଅଛନ୍ତି ।

ନଦୀର ଜଳସ୍ତର ବୃଦ୍ଧି ହେତୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ସତର୍କ ସୂଚନା ଜାରି କରି ଲୋକଙ୍କୁ ନଦୀ ଡ୍ରେନ୍ ଆଡକୁ ନ ଯିବାକୁ ପରାମର୍ଶ ଦେଇଛି । ବନ୍ୟା ଯୋଗୁଁ ପାଲଚାନ, ରୁଆଡ ଏବଂ କୁଲାଙ୍ଗ ଗ୍ରାମରେ ହଇଚଇ ସୃଷ୍ଟି ହୋଇଛି । ଘରେ ରହୁଥିବା ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ପଳାଇ ଯାଇ ଜୀବନ ବଞ୍ଚାଇଥିଲେ ।

Get real time updates directly on you device, subscribe now.