ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ପରଲୋକ ଘଟିଛି । ସେ ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତିି । ସୁଷମା ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଖ୍ୟାତ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଭାବେ ସେ ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) May 19, 2020
ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସୁଷମା ୩୦ବର୍ଷ ଧରି ନିଷ୍ଠାପର କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ବନ୍ୟା, ବାତ୍ୟା ଓ ଫସଲ ପରିଚାଳନା କ୍ଷେତ୍ରରେ ସେ କାମ କରିଥିଲେ । ତାଙ୍କର ସୁନାମ ଚିରକାଳ ପାଇଁ ଅକ୍ଷୁର୍ଣ୍ଣ ରହିବ ।