fbpx

କରୋନା ଯୋଦ୍ଧା ପୋଲିସ ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ମୁକାବିଲା ନେଇ କାମ କରୁଥିବା କରୋନା ଯୋଦ୍ଧା ପୋଲିସ ଏସଆଇ ବି.ବି ସେଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ଏସଆଇ ଜଣଙ୍କ କରୋନାରେ ଆକ୍ରାନ୍ତ ଥିଲେ କିନ୍ତୁ ଏବେ ସେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ସେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.