ଗଞ୍ଜାମ, ୩ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ବିକାଶ ପାଇଁ ଦୈତାରୀଙ୍କ ଉଦ୍ୟମ ସର୍ବଦା ସ୍ମରଣୀୟ ବୋଲି ନବୀନ କହିଛନ୍ତି । ଦୈତାରୀ ବେହେରା ଉତ୍କଳ କଂଗ୍ରେସ ଓ କଂଗ୍ରେସ ଦଳରୁ ୨ଥର ବିଧାୟକ ହୋଇଥିଲେ ।
ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଧାୟକ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସେ କରିଥିବା ଉଦ୍ୟମ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) January 3, 2020