Big Breaking: ବର୍ଦ୍ଧିତ ଭତ୍ତା: କେନ୍ଦୁଝରରେ ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୪ଲକ୍ଷ ହିତାଧିକାରୀ ହେବେ ଲାଭବାନ
କେନ୍ଦୁଝର: କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜିଠାରୁ ଲୋକଙ୍କୁ ୩୫୦୦ ଟଙ୍କା ମାସିକ ଭତ୍ତା ମିଳିବ ।
୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା ।
ଲାଭବାନ୍ ହେବେ ୪ ଲକ୍ଷରୁ ଅଧିକ ହିତାଧିକାରୀ ।
ବୃଦ୍ଧ ଏବଂ ବିଦ୍ୟାଙ୍ଗଙ୍କୁ ଭତ୍ତା ବାବଦକୁ ୩୫୦୦ ଟଙ୍କା ପ୍ରଦାନ କରାଯିବ ।
ବିଗତ ଦିନର ସରକାର ଲୋକଙ୍କୁ ଖାଲି ଶାସନ କରୁଥିଲେ । ଲୋକଙ୍କ ଆଶା ପୂରା କରିବାରେ ସେମାନେ ଫେଲ୍ ମାରିଥିଲେ । ଯେଉଁ କାରଣରୁ ଗତ ନିର୍ବାଚନରେ ଲୋକ ତାଙ୍କୁ ଉଚିତ୍ ଜବାବ୍ ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପୁରୁଣା ସରକାରଙ୍କୁ ବଦଳେଇ ନୂଆ ସରକାର ରାଜ୍ୟରେ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।