ମୁଖ୍ୟମନ୍ତ୍ରୀଙ୍କ ୧୧ ତମ ଅଭିଯୋଗ ଶୁଣାଣି, ୮୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ତେବେ ୟୁନିଟ୍-5 ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ୍-2 ଅଶୋକ ନଗର ନିକଟରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ।
ସକାଳ 8ଟାରୁ ଜନଶୁଣାଣି ଆରମ୍ଭ ହୋଇଥିବା ବେଳେ ଲୋକଙ୍କ କଥା ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନ ଅଭିଯୋଗ ଶୁଣାଣିରେ ୮୫ ପ୍ରତିଶତ ସମାଧାନ ହୋଇଥିବା କଥା କହିଥିଲେ ।
କେତେକ ଗୁରୁତର ରୋଗୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇିବା ନେଇ ସୂଚନା ରହିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ୧୧ ତମ ଅଭିଯୋଗ ଶୁଣାଣି ଅଟେ ।
10ଥର ଜନଶୁଣାଣି ଭୁବନେଶ୍ବରରେ ହୋଇଥିବା ବେଳେ ଥରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା । ତେବେ ବ୍ରହ୍ମପୁରରେ ମଧ୍ୟ ଅଭିଯୋଗ ଶୁଣାଣି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରକାଶଥାଉକି, ଜନଶୁଣାଣି ପାଇଁ 16 ତାରିଖରୁ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହୋଇଥିଲା । ସର୍ବାଧିକ 100 ଜଣ ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ ବୋଲି କହିଥିଲେ । ଏନେଇ ସାଧାରଣ ପ୍ରଶାସ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଥିଲା ।