ଭୁବନେଶ୍ୱର: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍ ଇଞ୍ଜିନ ଭାବେ କାମ କରିବ ।
ଭିତ୍ତିଭୂମି ସୁଦୃଢ଼ ଓ ରାଜ୍ୟକୁ ନିବେଶ ଆଣିବାକୁ ସରକାର କାମ କରୁଛନ୍ତି । ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଏମଓୟୁ ସ୍ୱାକ୍ଷର ହୋଇଛି ।
ଇଣ୍ଡଷ୍ଟ୍ରିଆଲ୍ ପାର୍କ ପାଇଁ ଇଡକୋ ସହ ସିଙ୍ଗାପୁରର ଏମଓୟୁ ହୋଇଛି । ଭୂବନେଶ୍ୱର ନିକଟରେ ନୂଆ ସହର ବିକାଶ ଲାଗି ଏମଓୟୁ ହୋଇଛି ।
ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ଅନୁଷ୍ଠିତ ହେବା ଯୋଗୁ ରାଜ୍ୟ ବିକାଶରେ ଏହା ସାହାଯ୍ୟ କରିବ ବୋଲି କହିଲେ ମୋହନ । ବିଦେଶରୁ ଆସିଥିବା ପ୍ରବାସୀ ଓଡ଼ିଆ ପରମ୍ପରା ଓ ରୀନିନୀତି ସମ୍ପର୍କରେ ଧାରଣା ପାଇଲେ । ଏହାଦ୍ୱାରା ଓଡ଼ିଶା ବିଷୟରେ ବିଦେଶରେ ରହୁଥିବା ଲୋକ ଜାଣିବାର ସୁଯୋଗ ପାଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।