ଭୁବନେଶ୍ୱର: ଚାଷ ଓ ଚାଷୀ ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରଗଡ଼ରେ ଚାଷୀଙ୍କୁ ବୋନସ ଦେବା କଥା କହିଥିଲେ ପୂର୍ବ ସରକାର; କିନ୍ତୁ କଥା ଦେଇ କଥା ରଖିପାରିଲେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ।
ନବୀନ ସରକାର ମିଛ ପ୍ରତିଶ୍ରୁତି ଦେଇଥିଲେ । ମୋହନ ସରକାର ଯାହା କହେ ଶେୟା କରେ । ଏମଏସପି ମୂଲ୍ୟ ବଢ଼ିବା ପରେ ଚାଷୀ ଉପକୃତ ହୋଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।
ବଜେଟରେ ଜଳସେଚନ ବିଭାଗକୁ ଗୁରୁତ୍ୱ ଦିଆଯାଇଛି । ପ୍ରତି ବ୍ଲକରେ ୧୫ ଲକ୍ଷ ହେକ୍ଟର ଚାଷଜମି ଜଳସେଚନ ଲକ୍ଷ୍ୟ ସରକାର ରଖିଛନ୍ତି । ଚାଷୀଙ୍କ ଉନ୍ନତି ପାଇଁ ବଜେଟରେ ୩୭,୮୩୮ କୋଟି ବ୍ୟୟବରାଦ କରାଯାଇଛି । କେବଳ ଧାନ ନୁହେଁ ଅନ୍ୟାନ୍ୟ ଲାଭକାରୀ ଫସଲ ଉପରେ ଗୁରୁତ୍ୱ ଦିଆଯାଇଛି ।