fbpx

ରୂପାନ୍ତରିତ ଆଇଆରସି ବିଦ୍ୟାଳୟ ଓ ନୀଳମାଧବ ନିବାସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ରୂପାନ୍ତରିତ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଆରସି ସରକାରୀ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଏହାକୁ ଏକ ଡ୍ରିମ୍ ପ୍ରୋଜେକ୍ଟ ଭାବେ ନିର୍ମାଣ କରିଥିବା ବେଳେ ଏହି ଅତ୍ୟାଧୁନିକ ମଡେଲ୍ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ନବୀନ । ତେବେ ଏହି ସ୍କୁଲରେ ରହିଛି ୩୫ଟି ହାଇଟେକ କ୍ଲାସ ରୁମ । ଯେଉଁଥିରେ ଦୁଇ ହଜାର ପିଲା ପାଠ ପଢ଼ିବାର କ୍ଷମତା ରହିଛି । କ୍ଳାସରୁମରେ ସିସିଟିଭି, ସ୍ମାର୍ଟ ବୋର୍ଡ, ଭିଡିଓ କନ୍ଫରେସିଂର ବ୍ୟବସ୍ଥା ରହିଛି । ଏହାସହ ୧୨ଟି ନୂତନ ଅତ୍ୟାଧୁନିକ ଶ୍ରେଣୀଗୃହ, ଇ-ଲାଇବେରୀ ଓ ବୈଜ୍ଞାବିକ ପ୍ରୟୋଗଶାଳା ନିର୍ମାଣ ହୋଇଛି। ଏହା ସହ ମଧ୍ୟାହ୍ନ ଭୋଜନ ପାଇଁ ଚକାଚକ ରୁମ ନିର୍ମାଣ ହୋଇଛି। ଅନ୍ୟପଟେ ସ୍କୁଲର ବାର୍ଷିକ ଉତ୍ସବ ହେଉ ଅବା ସଭା, ସମିତି, ଏଥିପାଇଁ ତିଆରି ହୋଇଛି ମୁକ୍ତକାଶ ରଙ୍ଗମଞ୍ଚ । ସେପଟେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସଂଖ୍ୟାରେ ନୂତନ ଶୌଚାଳୟ ଓ ଦୁଇଟି ସାଇକେଲ ଷ୍ଟାଣ୍ଡ ଏବଂ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି।

ଉଲ୍ଲେଖ ଥାଉ କି, ଅନ୍ୟପଟେ ନୀଳମାଧବ ନିବାସର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ନିର୍ମାଣ ହୋଇଛି ଏହି ନୀଳମାଧବ ନିବାସ । ବସ୍ତିବାସିନ୍ଦାଙ୍କ ପାଇଁ ସ୍ମାର୍ଟ ସିଟିରେ ରାଜ୍ୟ ସରକାର ଆବାସ ସ୍କିମରେ ଘର ଯୋଗାଉଥିବା ବେଳେ ଏହି କ୍ରମରେ ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ବର୍ତ୍ତମାନ ନୀଳମାଧବ ନିବାସରେ ୧୨ ଶହ ଘର ନିର୍ମାଣ ହେଉଛି। ତେବେ ପ୍ରଥମ ପର୍ୟ୍ୟାୟରେ ୯୬୦ଟି ଗୃହ ଶେଷ ହୋଇଥିବା ବେଳେ ଆଜି ୪୫୫ ବସ୍ତି ବାସିନ୍ଦାଙ୍କୁ ଘର ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ପରିବାରକୁ ୨୭୫ ସ୍କୋୟାର ଫୁଟର ଏକ ଘର ପ୍ରଦାନ କରାଯାଇଛି । ଏହି ନୀଳମାଧବ ନିବାସ ପରିସରରେ ବହୁମୁଖୀ ସୁବିଧା କେନ୍ଦ୍ର ଯଥା:- ସପିଙ୍ଗ କମ୍ପ୍ଲେକ୍ସ, ପାର୍କ, ପାର୍କିଂ ସ୍ଥାନ, ପାର୍କରେ ଜିମ ଓ ଚାଲିବା ରାସ୍ତା, ପିଲାଙ୍କ ଖେଳିବା ପାଇଁ ଦୋଳି ସହ ବିଦ୍ୟୁତ ଓ ପାନୀୟ ଜଳର ସୁବିଧା ରହିଛି।

 

Get real time updates directly on you device, subscribe now.