fbpx
BSKY SKY
BSKY SKY

IPL-2024 ପୂର୍ବରୁ ସଂକଟରେ ସୁପର କିଙ୍ଗସ! କନୱେଙ୍କ ପରେ ଆହତ ହେଲେ ଷ୍ଟାର କ୍ରିକେଟର

BSKY

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ଚମ୍ପିଆନ୍ ଦଳ ପାଇଁ ବିପଦ ସାଜିଛି ଆହତ ସମସ୍ୟା । ଜଣକ ପରେ ଜଣେ ଷ୍ଟାର କ୍ରିକେଟର ଆହତ ହୋଇ ଦଳରୁ ବାଦ୍ ପଡ଼ୁଛନ୍ତି । ମୁସ୍ତାଫିଜୁର ରହମାନ ଏବଂ ଡିଭନ୍ କନୱେଙ୍କ ପରେ ଷ୍ଟାର ବୋଲର ମଥୀଷା ପଥୀରାନା ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଯାହା ଫଳରେ ସେ ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ପଥୀରାନାଙ୍କ ବାମ ଗୋଡ଼ରେ ‘ଗ୍ରେଡ-୧ ହାର୍ମଷ୍ଟ୍ରିଙ୍ଗ’ ସମସ୍ୟାରେ ପୀଡ଼ିତ ଥିବା ଜାଣିବାକୁ ମିଳିଛି । ଏହପାରେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ ବିପଦରେ ପଡ଼ିଯାଇଛି ।

୨୦୨୩ ଆଇପିଏଲରେ ଚେନ୍ନାଇ ତରଫରୁ ଦମଦାର ବୋଲିଂ କରିଥିବା ଷ୍ଟାର ପେସର୍ ମଥୀସା ପଥୀରାନା ଆହତ ହୋଇଛନ୍ତି । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାଯାଇଛି । ଫିଲ୍ଡିଂ କରିବା ସମୟରେ ବାମ ଗୋଡ଼ରେ ‘ଗ୍ରେଡ-୧ ହାର୍ମଷ୍ଟ୍ରିଙ୍ଗ’ ଯୋଗୁଁ ଯନ୍ତ୍ରଣା ହେବାରୁ ସେ ପଡ଼ିଆରୁ ଚାଲି ଯାଇଛନ୍ତି । ଏହି ମ୍ୟାଚରେ ସେ ନିଜ ସ୍ପେଲ ମଧ୍ୟ ପୂରଣ କରିବାରେ ଅସମର୍ତ ହୋଇଛନ୍ତି । ତେବେ ଏହାପରେ ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏହି ମ୍ୟାଚରେ ସେ ଉପଲବ୍ଧ ନଥିବା ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତରଫରୁ କୁହାଯାଇଛି ।

ତେବେ ପଥୀରାନାଙ୍କୁ ଏହି ଆହତ ସମସ୍ୟାରୁ ସୁସ୍ଥ ହୋଇ ଫେରିବା ପାଇଁ ପାୟ ୨ ସପ୍ତାହ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ମାର୍ଚ୍ଚ ୨୨ ତାରିଖରେ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇ ଆଇପିଏଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ ବତ୍ତମାନ ଦେଖିବାକୁ ବାକି ରହିଲା ଧୋନୀଙ୍କ ମାଷ୍ଟରକାର୍ଡ ପଥୀରାନା କେବେ ସୁସ୍ଥ ହୋଇ ଚେନ୍ନାଇ ସୁପର କିଙ୍ଗସ ସହ ଯୋଡ଼ି ହେଉଛନ୍ତି । ଗତ ଆଇପିଏଲରେ ଚେନ୍ନାଇକୁ ଚମ୍ପିଆନ୍ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୨ଟି ମ୍ୟାଚରୁ ୧୯ଟି ୱିକେଟ ହାସଲ କରି ଧୋନୀଙ୍କ ପାଇଁ ମାଷ୍ଟରକାର୍ଡ ସାଜିଥିଲେ ଶ୍ରୀଲଙ୍କା ବୋଲର ମଥୀସା ପଥୀରାନା ।

IPL 2023: Chaminda Vaas backs MS Dhoni after Malinga disagrees on CSK  captain's comment on Matheesha Pathirana - myKhel

ତେବେ ଏହାପୂର୍ବରୁ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ଷ୍ଟାର ଓପନର ଡିଭନ୍ କନୱେ ମଧ୍ୟ ଆହତ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତି ଦଳର ଅଧିନାୟକ ଏମ.ଏସ ଧୋନୀଙ୍କ ପାଇଁ ଏବଂ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି ।

Get real time updates directly on you device, subscribe now.