fbpx

୫-ଟି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଭିଡିଓ

ଓଡ଼ିଶା ଭାସ୍କର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କର ଉତ୍ତର ରଖିଛନ୍ତି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଏହି ଭିଡିଓରେ ପ୍ରଶ୍ନ କରିଛନ୍ତି ଯେ, ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ? ଯାହାର ଉତ୍ତର ଦେବାକୁ ଯାଇ ନବୀନ କହିଛନ୍ତି ଯେ, ଗୁଜବ ଓ ମିଛ କଥା। ତେବେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଏହି ଭିଡିଓ ବାର୍ତ୍ତାଳାପ କେଉଁ ଇସାରା ଦେଉଛି ସେନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି। କାରଣ ଗୋଟିଏ ପଟେ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏଭଳି କିଛି ବଡ଼ ବୟାନ ରଖିଛନ୍ତି। ତେଣୁ ନବୀନ ଏଥିରେ କେଉଁ ଇସାରା ଦେବାକୁ ଚାହିଁଛନ୍ତି ସେନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

 

Get real time updates directly on you device, subscribe now.