fbpx

ଟୀକାରୁ GST ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୦୫/୦୫: ରାଜ୍ୟରେ କରୋନା ଭୂତାଣୁକୁ ରୋକିବା ପାଇଁ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ପୂର୍ବରୁ ୪୫ ବର୍ଷରୁ ଅଧିକଙ୍କୁ ଟୀକା ଦିଆଯାଉଥିବାବେଳେ ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟୀକା ଦିଆଯିବାନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ ପରେ ରାଜ୍ୟ ସରକାର ରାଜ୍ୟରେ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ମାଗଣାରେ ଟୀକା ଦିଆଯିବା ନେଇ ଘୋଷଣା କରିଥିଲେ ।

ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଜ୍ୟ କିଣୁଥିବା ଟୀକା ଉପରେ କେନ୍ଦ୍ର ସରକାର ନେଉଥିବା GST କୁ ଛାଡ଼ କରିବା ନେଇ ଚିଠି ଲେଖିଛନ୍ତି । ୧୮ ରୁ ୪୫ ବର୍ଗ ପାଇଁ ରାଜ୍ୟ କିଣୁଥିବା ଟୀକାକୁ GST ମୁକ୍ତ ପାଇଁ ଦାବି କରିଛନ୍ତି । ଜିଏସଟି ହଟିଲେ ଟିକା ଶସ୍ତା ହେବ ଏବଂ ରାଜ୍ୟର ଆର୍ଥିକ ବୋଝ କମ ହେବ  । କରୋନା ସ୍ଥିତିରେ ଆର୍ଥିକ ସଂକଟ ଦୂର କରିବାକୁ ତେଲ ଓ ଗ୍ୟାସରୁ କେନ୍ଦ୍ର ପାଉଥିବା ସରଚାର୍ଜ ଭାଗ ଦେବାକୁ ମଧ୍ୟ ଦାବି କରିଛନ୍ତି ।

Get real time updates directly on you device, subscribe now.