fbpx

ମିଶନ ଶକ୍ତି ମା’ଙ୍କ ପାଇଁ ୩ଟି ବଡ଼ ଉପହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୫ ବର୍ଷରେ ଖୋଲିବ ୫ ହଜାର ମିଶନ ବଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ସଶକ୍ତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରି ଆସିଛନ୍ତି । ସେମାନଙ୍କ ଜୀବନ ଧାରଣର ବିକାଶ ପାଇଁ ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟଇ କରିପାରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ।

ତେବେ ଏହା ମଧ୍ୟର ମିଶନ ଶକ୍ତି ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ୩ଟି ବଡ଼ ଉପହାର ଦେଇଛନ୍ତି । ମିଶନ ଶକ୍ତି ସଦସ୍ୟମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ । ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ସହାୟତା ପ୍ରଦାନ କରାଯାଇଛି । ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ବଜାର ଖୋଲାଯିବ । ଏହି ଅବଧି ମଧ୍ୟରେ ୭୫ ହଜାର କୋଟିର ଋଣ ଯୋଗାଇ ଦିଆଯିବ । ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏ ବାବଦରେ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.