fbpx

ସୁନା ପୁଅ ପ୍ରମୋଦଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନା ପୁଅ ତଥା ପାରା ଅଲମ୍ପିଆନ ପ୍ରମୋଦ ଭଗତ ଆଜି ଓଡ଼ିଶା ଫେରିଛନ୍ତି। ଭଗତ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପ୍ରମୋଦଙ୍କୁ ସମ୍ମାନିତ କରିଥିଲେ ନବୀନ ପଟ୍ଟନାୟକ। ପୂର୍ବରୁ ପ୍ରମୋଦଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬ କୋଟି ଟଙ୍କାର ପୁରସ୍କାର ସହିତ ଗ୍ରେଡ ଏ ଚାକିରି ଘୋଷଣା କରିଥିଲେ।

ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମ ନିଆଯିବା ସହିତ ସେଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ଅର୍ଥରାଶି ସହିତ ଚାକିରି ପ୍ରଦାନ ନେଇ ଘୋଷଣା କରିଥିଲେ। ତୁମର ଏହି କୃତିତ୍ୱ ସମଗ୍ର ଦେଶକୁ ଅନୁପ୍ରାଣିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରମୋଦ ଭଗତ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ୫t ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ, ଆର ଭିନିଲ କ୍ରିଷ୍ଣାଙ୍କ ସମେତ ଏକାଧିକ ଆଥଲେଟ ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.